ETV Bharat / sitara

କନିକା କୋରାନା ସଂକ୍ରମିତ, ଋଷି କହିଲେ କପୁରଙ୍କ ଖରାପ ସମୟ ଚାଲିଛି

ଟ୍ବିଟ କରି କପୁରଙ୍କ ସମୟ ଖରାପ ଚାଲିଛି ବୋଲି କହିଛନ୍ତି ଅଭିନେତା ଋଷି କପୁର। ସେ ଗାୟିକା କନିକା କପୁରଙ୍କ ସଂକ୍ରମିତ ମାମଲା ଉପରେ ଏପରି ଟ୍ବିଟ କରିଛନ୍ତି।

_rishi kapoor reacted on kanika kapoor
ଡିଜାଇନ ଫଟୋ
author img

By

Published : Mar 21, 2020, 5:22 PM IST

ମୁମ୍ବାଇ: ଫେମସ ଗାୟିକା କନିକା କପୁରଙ୍କ କୋରୋନା ସଂକ୍ରମିତ ଖବର ସାମ୍ନାକୁ ଆସିବା ପରଠୁ ସବୁ ମହଲରେ ଚହଳ ସୃଷ୍ଟି ହୋଇଛି। ସେ ବିବାଦ ଘେରରେ ଏଥି ନିମନ୍ତେ ଆସିଛନ୍ତି, କାରଣ ସେ ଲଣ୍ଡନରୁ ଫେରି ସଂକ୍ରମିତ ହେବା ଖବର ସମସ୍ତଙ୍କୁ ଲୁଚାଇଥିଲେ। ଏହାସହ ସେ ପାର୍ଟି କରି ଅନେକ ଲୋକଙ୍କ ସହ ମିଶିଥିଲେ ମଧ୍ୟ । ଏପରି ବ୍ୟବହାରରେ ୟୁପି ସରକାର ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଋଷି କପୁର

ଏହି ମାମଲାରେ ବଲିଉଡ ଷ୍ଟାର୍ସଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବିଶିଷ୍ଟ ଅଭିନେତା ଋଷି କପୁର, କନିକାଙ୍କ ଉପରେ ଏକ ଟ୍ବିଟ କରିଛନ୍ତି। ସେ ଲେଖିଛନ୍ତି, ‘ଏବେ କପୁରଙ୍କ ସମୟ ଖରାପ ଚାଲିଛି। ଭଗବାନ ରକ୍ଷା କରନ୍ତୁ ଅନ୍ୟ କପୁର ମାନଙ୍କୁ। କୌଣସି ଭୁଲ ନହେଉ କେବେ। ଜୟ ମାତା ଦି।’ ତାଙ୍କର ଏପରି ଟ୍ବିଟରେ ବର୍ତ୍ତମାନ ସୋସିଆଲ ମିଡିଆ ୟୁଜର୍ସ ରାଗ ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉକି ଋଷିଙ୍କ ପୂର୍ବରୁ କନିକାଙ୍କ ମାମଲାରେ ଗାୟକ ବାପ୍ପି ଲହିରୀ ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ସେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ ଯେ ଯଦି ସେ ଏବେ ଲଣ୍ଡନରେ ଥିଲେ ତେବେ ତାଙ୍କୁ ଭାରତ ଆସିବାର ନଥିଲା । ଏହା ତାଙ୍କ ଭୁଲ । ଏହାପୁରା ଦାୟିତ୍ବହୀନ କାର୍ଯ୍ୟ । ଭଗବାନ ତାଙ୍କୁ ଶୀଘ୍ର ଠିକ୍ କରିଦିଅନ୍ତୁ । କନିକାଙ୍କୁ ଲକ୍ଷ୍ନୌର କେଜିଏମୟୁର ଆଇସୋଲେସନ ୱାର୍ଡରେ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.