ETV Bharat / sitara

ବନ୍ଦ ହେବନି ରିଷିଙ୍କ ଶେଷ ଫିଲ୍ମ, ଭିଏଫଏକ୍ସରେ ଚାଲିବ ସୁଟିଂ - ଅଲବିଦା ରିଷି କପୁର

ରିଷିଙ୍କ ହାତରେ 2ଟି ଫିଲ୍ମର ଅଫର ଥିଲା । ଗୋଟିଏ ଶର୍ମାଜୀ ନମକିନ ଓ ଅନ୍ୟଟି ଦି ଇଣ୍ଟର୍ଣ । ଶର୍ମାଜୀ ନମକିନର ସୁଟିଂ ଓ ପ୍ରଡକ୍ସନ କାମ ମଧ୍ୟ ଆରମ୍ଭ ହୋଇଯାଇଥିଲା । ଅଧିକ ପଢନ୍ତୁ...

ବନ୍ଦ ହେବନି ରିଷିଙ୍କ ଶେଷ ଫିଲ୍ମ, ଭିଏଫଏକ୍ସରେ ଚାଲିବ ସୁଟିଂ

author img

By

Published : May 9, 2020, 10:52 PM IST

ମୁମ୍ବାଇ: ଏପ୍ରିଲ 30ରେ ଭେଟେରାନ ଆକ୍ଟର ରିଷି କପୁର ସମସ୍ତଙ୍କୁ ଅଲବିଦା କହି ଆରପାରିକୁ ଚାଲିଯାଇଥିଲେ । ପରିଣତ ବୟସରେ ବି ବଲିଉଡରେ ସେ ସକ୍ରିୟ ଥିଲେ । ହେଲେ ଏବେ ତାଙ୍କ ଆକ୍ଟିଂକୁ ସମସ୍ତେ ମିସ କରିବେ ନିଶ୍ଚୟ ।

ତେବେ ରିଷିଙ୍କ ହାତରେ 2ଟି ଫିଲ୍ମର ଅଫର ଥିଲା । ଗୋଟିଏ ଶର୍ମାଜୀ ନମକିନ ଓ ଅନ୍ୟଟି ଦି ଇଣ୍ଟର୍ଣ୍ଣ । ଶର୍ମାଜୀ ନମକିନର ସୁଟିଂ ଓ ପ୍ରଡକ୍ସନ କାମ ମଧ୍ୟ ଆରମ୍ଭ ହୋଇଯାଇଥିଲା । ହେଲେ ଏବେ ରିଷିଙ୍କ ଦେହାନ୍ତ ପରେ ଏହାର ସୁଟିଂ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିନା ରିଷିରେ ଏବେ କେମିତି ଫିଲ୍ମ ସୁଟିଂ ହେବ ସେନେଇ ଚିନ୍ତାରେ ପ୍ରଶଂସକ । ତେବେ ଫିଲ୍ମମେକର୍ସ କହିଛନ୍ତି ଯେ ଫିଲ୍ମର ସୁଟିଂ ବନ୍ଦ ହେବନି । ଏହି ପ୍ରୋଜେକ୍ଟ ଏବେ ରିଷିଙ୍କ ଉଦ୍ଦେଶ୍ୟରେ ତିଆରି ହେବ । ଶର୍ମାଜୀ ନମକିନ ତାଙ୍କୁ ସମର୍ପଣ କରାଯିବ ।

ପ୍ରୋଜେକ୍ଟ ବାତିଲ ହୋଇନି ବରଂ ଅତ୍ୟାଧୁନିକ ଭିଏଫଏକ୍ସରେ ଏହାର ସୁଟିଂ ଜାରି ରହିବ । ଏନେଇ ଫିଲ୍ମର କୋ ପ୍ରଡ୍ୟୁସର ହନି ଟ୍ରେହାନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କିଛି ଭିଏଫଏକ୍ସ ଷ୍ଟୁଡିଓ ସହ କଥା ଆରମ୍ଭ ହୋଇସାରିଛି । ରିଷିଙ୍କ ଭୂମିକାରେ ଏହାର ବ୍ୟବହାର କରାଯିବ । ଏହାସହ ଅନେକ ଅତ୍ୟାଧୁନିକ ଟେକନିକ୍‌ର ମଧ୍ୟ ବ୍ୟବହାର ହେବ । ଫିଲ୍ମଟି ରିଷିଙ୍କ ପରିବାର, ଫ୍ୟାନ୍ସ ଓ ଶୁଭେଚ୍ଛୁଙ୍କ ପାଇଁ ତିଆରି ହେବ ବୋଲି ସେ କହିଛନ୍ତି ।ଆର୍ଥିକ ସହାୟତାର ହାତ ବଢାଇଥିବାରୁ ହନି ପ୍ରଯୋଜକ ରିତେଶ ସିଦ୍ଧୱାନୀ ଏବଂ ଫରହା ଖାନଙ୍କୁ ଧନ୍ୟବାଦ ଦେଇଛନ୍ତି । ପୂର୍ବରୁ ଶର୍ମାଜୀ ନମକିନର ଫିମେଲ ଲିଡ ଜୁହି ଚାୱଲା ମଧ୍ୟ ରିଷିଙ୍କ ଉଦ୍ଦେଶ୍ୟରେ ଏକ ଇମୋସନାଲ ପୋଷ୍ଟ ଲେଖିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.