ETV Bharat / sitara

ପ୍ଲାଜମା ଦାନ କରିଥିବାରୁ ସ୍ୱାମୀଙ୍କୁ ପ୍ରଶଂସା କଲେ ରିଦ୍ଧିମା

author img

By

Published : Jul 3, 2020, 9:21 PM IST

ବଲିଉଡର ସ୍ୱର୍ଗତ ଅଭିନେତା ଋଷି କପୁରଙ୍କ ଝିଅ ରିଦ୍ଧିମା କପୁର ସାହନି ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ସ୍ୱାମୀ ଭରତ ସାହନିଙ୍କ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ପ୍ଲାଜମା ଦାନ କରୁଛନ୍ତି । ରିଦ୍ଧିମା ପୋଷ୍ଟ ସହିତ ଲେଖିଛନ୍ତି ଯେ ମୁଁ ତୁମ ପାଇଁ ଗର୍ବିତ । ଅଧିକ ପଢନ୍ତୁ...

riddhima kapoor applauds husband for donating plasma during covid 19 pandemic
ପ୍ଲାଜମା ଦାନ କରିଥିବାରୁ ସ୍ୱାମୀଙ୍କୁ ପ୍ରଶଂସା କଲେ ରିଦ୍ଧିମା

ମୁମ୍ବାଇ: କୋଭିଡ-19 ମହାମାରୀ ମଧ୍ୟରେ ପ୍ଲାଜ୍ମା ଦାନ କରି ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବାରୁ ରିଦ୍ଧିମା କପୁର ସାହନି ତାଙ୍କ ସ୍ୱାମୀ ଭରତ ସାହନିଙ୍କ ପାଇଁ ଗର୍ବିତ ।

ରିଦ୍ଧିମା ଇନଷ୍ଟାଗ୍ରାମ ଷ୍ଟୋରୀରେ ଭରତଙ୍କ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଭରତ ଡାକ୍ତରଖାନାରେ ବେଡରେ ଶୋଇକରି ପ୍ଲାଜମା ଦାନ କରୁଥିବା ଦେଖିବାକୁ ମିଳିଛି ।

ଫଟୋର କ୍ୟାପସନରେ ରିଦ୍ଧିମା ଲେଖିଛନ୍ତି, ନିଜର ପ୍ଲାଜମା ଦାନ କରି କାହାର ଜୀବନ ରକ୍ଷା କରିଥିବାରୁ ମୁଁ ତୁମ ପାଇଁ ଗର୍ବିତ । ବହୁତ ଭଲ କାମ କରିଛ । ରିଦ୍ଧିମା ବର୍ତ୍ତମାନ ତାଙ୍କ ମା ନୀତୁ କପୁରଙ୍କ ସହ ମୁମ୍ବାଇରେ ସମୟ ବିତାଉଛନ୍ତି । ପ୍ଲାଜମା ଦାନ କରିଥିବାରୁ ନୀତୁ ମଧ୍ୟ ତାଙ୍କ ଜାଇଁଙ୍କୁ ପ୍ରଶଂସା କରିଥିଲେ ।

ନୀତୁ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, "ମୋ ଜ୍ୱାଇଁ କୋଭିଡ-19 ମହାମାରୀ ମଧ୍ୟରେ ଅସହାୟ ଲୋକମାନଙ୍କୁ ପ୍ଲାଜମା ଦାନ କରିଥିବାରୁ ମୁଁ ତୁମ ପାଇଁ ଗର୍ବିତ । ମୁଁ ଆଶା କରୁଛି ଯେ ଏହା ଅନ୍ୟମାନଙ୍କୁ ଆଗକୁ ଆସିବାକୁ ପ୍ରେରଣା ଯୋଗାଇବ ।

ତେବେ ଭରତ ମଧ୍ୟ କରୋନା ଜୀବାଣୁରେ ପୀଡିତ ଅଛନ୍ତି କି ନାହିଁ ସେନେଇ ନୀତୁ କପୁର ଅଂଶୀଦାର କରିନାହାଁନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.