ମୁମ୍ବାଇ: ବି-ଟାଉନର ବୋଲ୍ଡ ଏବଂ ବିବାଦୀୟ ଅଭିନେତ୍ରୀ ରିଚା ଚଡ୍ଡା ଖୁବ୍ ଶୀଘ୍ର କଙ୍ଗନା ରଣାୱତଙ୍କ ସହ କବାଡୀ ଖେଳୁଥିବାର ନଜର ଆସିବେ । ଏହି ଦୁଇ ଅଭିନେତ୍ରୀ ଫିଲ୍ମ 'ପଙ୍ଗା'ରେ ପ୍ରଥମଥର ଏକାଠି କାମ କରୁଛନ୍ତି । ଇତିମଧ୍ୟରେ ରିଚା ଅଭିନେତ୍ରୀ ତାପସୀ ପନ୍ନୁ ଓ ଭୂମି ପେଦନେକରଙ୍କୁ ନେଇ ବଡ ବୟାନ ଦେଇଛନ୍ତି ।
ସେ ଫିଲ୍ମ 'ସାଣ୍ଡ କି ଆଂଖ'ରେ ବୃଦ୍ଧାଙ୍କ ଭୂମିକା ବାଛିବା ପାଇଁ ଅଭିନେତ୍ରୀ ତାପସୀ ଓ ଭୂମିଙ୍କ ଖୁବ୍ ପ୍ରଶଂସା କରିଛନ୍ତି । ବଡସ୍କ୍ରିନରେ ଏହି ଅଭିନେତ୍ରୀଙ୍କୁ ବୃଦ୍ଧା ଭୂମିକାରେ ଅଭିନୟ କରୁଥିବାର ଦେଖି ଭଲ ଲାଗୁଛି ବୋଲି ସେ କହିଛନ୍ତି ।
'ଗ୍ୟାଙ୍ଗସ ଅଫ ୱାସେପୁର'ରେ ରିଚା 24 ବର୍ଷ ବୟସରେ ଜଣେ ମା' ଏବଂ ଜେଜେମାଆର ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମଟି ତାଙ୍କ କ୍ୟାରିୟର ଟର୍ନିଂ ପଏଣ୍ଟ ଥିଲା ।
ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଅଭିନେତ୍ରୀ ମାନେ ଡାଇଭର୍ସ ଏବଂ ଚ୍ୟାଲେଞ୍ଜିଂ ଚରିତ୍ରରେ ନଜର ଆସୁଛନ୍ତି । ତାଙ୍କ ଅନୁଯାୟୀ ଏହା ଶାନଦାର କାରଣ ବାସ୍ତବରେ ଅଭିନେତ୍ରୀଙ୍କ ବୟସ ଏଠାରେ ଅଛି, ଭଲ କଣ୍ଟେଣ୍ଟ ଏଠାରେ ଅଛି । ତାପସୀ ଓ ଭୂମି ସ୍କ୍ରିନରେ ଯେଉଁ ବୃଦ୍ଧା ଭୂମିକାରେ ଅଭିନୟ କରୁଛନ୍ତି ତାହା ଅସଧାରଣ । ଅଭିନେତ୍ରୀମାନେ ନିଜ କ୍ୟାରିୟରରେ ଏପରି ଚ୍ୟାଲେଞ୍ଜିଂ ରୋଲରେ ଅଭିନୟ କରିବା ପାଇଁ ସାମ୍ନାକୁ ଆସୁଛନ୍ତି ତାହା ଗର୍ବର କଥା ବୋଲି କୁହନ୍ତି ରିଚା ।