ETV Bharat / sitara

ସୁଶାନ୍ତଙ୍କୁ ଓଭରଡୋଜ ମେଡିସିନ୍ ଦେଉଥିଲେ ରିୟା, ବିହାର ପୋଲିସର ଖୁଲାସା

ସୁପ୍ରିମକୋର୍ଟରେ ଆଫିଡେଭିଟ ଦାଖଲ କଲା ବିହାର ସରକାର। ଯେଉଁଥିରେ ରିୟାଙ୍କ ଉପରେ ଅନେକ ଅଭିଯୋଗ ଲଗାଇଛି ବିହାର ପୋଲିସ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Aug 7, 2020, 1:39 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ସୁଇସାଇଡ କେସରେ ଧିରେ ଧିରେ କରି ସବୁ କଥା ସାମ୍ନାକୁ ଆସିବାରେ ଲାଗିଛି । ଏବେ ଶୁଣିବାକୁ ମିଳୁଛି ଯେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ତାଙ୍କୁ ମେଡିସିନର ଓଭରଡୋଜ ଦେଉଥିଲେ । ଏହାର ଖୁଲାସା ବିହାର ପୋଲିସ କରିଛି । ରିଆ ଓ ତାଙ୍କ ପୁରା ପରିବାର ସଦସ୍ୟ ସୁଶାନ୍ତଙ୍କ ଜୀବନରେ ଟଙ୍କା ଲୋଭରୁ ଆସିଥିବା ଅଭିଯୋଗ କରି ବିହାର ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି।

ଆଜ୍ଞା ହଁ, ସୁଶାନ୍ତଙ୍କଠୁ ରିୟାଙ୍କ ସହ ତାଙ୍କ ପୁରା ପରିବାର ଟଙ୍କା ଲୁଟୁଥିଲେ ବୋଲି ଅଭିଯୋଗରେ କହିଛି ବିହାର ପୋଲିସ । ଏହାବ୍ୟତୀତ ସୁଶାନ୍ତଙ୍କ ମୁଣ୍ଡରେ ରିୟା ଡିପ୍ରେସନ କଥା ଭର୍ତ୍ତି କରିଥିଲେ । ଯାହାପାଇଁ ତାଙ୍କୁ ମେଡିସିନର ଓଭରଡୋଜ ଦେବାକୁ ମଧ୍ୟ ପଛାଇ ନଥିଲେ ସେ ।

ବିହାର ପୋଲିସର ବରିଷ୍ଠ ଅଧୀକ୍ଷକ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏହି ଆଫିଡେଭିଟରେ କହିଛନ୍ତି ଯେ ସୁଶାନ୍ତଙ୍କୁ ରିୟା ନିଜ ଘରକୁ ନେଇ ସେଠାରେ ମେଡିସିନର ଓଭରଡୋଜ ଦେବା ଆରମ୍ଭ କରିଥିଲେ । ମୁମ୍ବାଇ ପୋଲିସ ବିନା ସହଯୋଗରେ ବିହାର ପୋଲିସ ଯେଉଁ ତଦନ୍ତ କରିଛି ସେଥିରେ ଯାଞ୍ଚ କରାଗଲେ ଅନେକ ଜିନିଷ ସାମ୍ନାକୁ ଆସିବ ବୋଲି ଆଫିଡେଭିଟରେ କୁହାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.