ETV Bharat / sitara

ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିବ ED - rhea chakraborty

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଅଡୁଆରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ (ଇଡି) ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଡକାଇଛନ୍ତି । ରିୟା ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ଇଡି ସମ୍ମୁଖରେ ହାଜର ହେବାକୁ ପଡିବ ।

rhea chakraborty
ED ସାମ୍ନାରେ ଜେରା ହେବେ ରିୟା ଚକ୍ରବର୍ତ୍ତୀ
author img

By

Published : Aug 5, 2020, 9:10 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଅଡୁଆରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ (ଇଡି) ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଡକାଇଛନ୍ତି । ରିୟା ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ଇଡି ସମ୍ମୁଖରେ ହାଜର ହେବାକୁ ପଡିବ । ପ୍ରକାଶଥାଉକି, ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିୟା ଚକ୍ରବର୍ତ୍ତୀ ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । ସୁଶାନ୍ତଙ୍କ ପିତା ବିହାର ପୋଲିସକୁ ଦେଇଥିବା ଏଫଆଇଆରରେ ସେ ରିୟାଙ୍କୁ ଅଭିଯୁକ୍ତ କରିଥିଲେ । ରିୟାଙ୍କ ଆଖି ସୁଶାନ୍ତଙ୍କ ଟଙ୍କା ଉପରେ ଥିଲା ଓ ତାଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଲୁଟିନେଇଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ବର୍ତ୍ତମାନ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିହାର ପୋଲିସ ଏହି ମାମଲାରୁ ସମ୍ପୂର୍ଣ୍ଣ ବାହାରେ । ବିହାର ପୋଲିସକୁ ଏହି ଘଟଣାର ତଦନ୍ତ କରାଯିବାକୁ ରିୟା ଚକ୍ରବର୍ତ୍ତୀ ଆପତ୍ତି କରିଥିଲେ ଓ ମୁମ୍ବାଇ ପୋଲିସକୁ ଏହାର ତଦନ୍ତ କରିବା ଉଚିତ ବୋଲି କହିଥିଲେ । ତେବେ ତଦନ୍ତ ସିବିଆଇ ହାତକୁ ଯିବା ପରେ ରିୟାଙ୍କ ଓକିଲ ଏହାକୁ ସମର୍ଥନ କରିଥିଲେ ।

ପ୍ରକାଶଥାଉକି, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେତା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.