ETV Bharat / sitara

ପରଦା ଉପରକୁ ଆସିବ 'ସଡକ-2'

1991ରେ ରିଲିଜ ହୋଇଥିବା ସଡକର ରିମେକ କରାଯିବ 2020ରେ । ପୁଣି ଏଥିରେ ଦେଖିବାକୁ ମିଳିବ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ଅନସ୍କ୍ରିନ କେମେଷ୍ଟ୍ରି । ପ୍ରଥମ ଥର ପାଇଁ କାମ କରିବେ ମହେଶ ଭଟ୍ଟ, ପୂଜା ଭଟ୍ଟ, ଆଲିଆ ଭଟ୍ଟ ।

author img

By

Published : Apr 27, 2019, 10:21 AM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ନବେ ଦଶକର ସୁପରହିଟ ଫିଲ୍ମ 'ସଡକ'ର ରିମେକ ହେବାକୁ ଯାଉଛି । ଦର୍ଶକ ପୁଣି ଦେଖିବାକୁ ପାଇବେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ଯୋ଼ଡି । ସେଥିପାଇଁ ମୁମ୍ବାଇକୁ ରୋମେନିଆରେ ପରିବର୍ତ୍ତନ କରାଯିବ । ଏହାର ନିର୍ଦ୍ଦେଶନା ମହେଶ ଭଟ୍ଟ ଦେଉଥିବାବେଳେ ପ୍ରଯୋଜନା କରିବେ ଭାଇ ମୁକେଶ ଭଟ୍ଟ ।

sadak
ଫାଇଲ ଫଟୋ

1991ରେ ରିଲିଜ ହୋଇଥିବା 'ସଡକ' ସେ ବର୍ଷର ଦ୍ବିତୀୟ ହିଟ୍ ଫିଲ୍ମ ଥିଲା । ଏହାର ଗୀତକୁ ଲୋକେ ଖୁବ ପସନ୍ଦ କରିଥିଲେ । ପରଦା ଉପରେ ସଞ୍ଜୟ ଓ ପୂଜାଙ୍କ ଯୋଡି ମଧ୍ୟ ଖୁବ ଜମିଥିଲା । 'ସଡକ-2'ରେ ପୁଣି ଦେଖିବାକୁ ମିଳିବ ଏ ଦୁଇ ଜଣଙ୍କୁ । ଏହାସହ ଆଲିଆ ଭଟ୍ଟ, ଆଦିତ୍ୟ ରାୟ କପୁରଙ୍କ ବି ଦେଖିବାକୁ ମିଳିବ । ସବୁଠୁ ମଜାଦାର କଥା ହେଉଛି ପ୍ରଥମ ଥର ପାଇଁ ମହେଶ ଭଟ୍ଟ, ପୂଜା ଭଟ୍ଟ ଓ ଆଲିଆ ଭଟ୍ଟ ଏକାଠି କାମ କରିବେ ।

ଆଲିଆ ଏବେ ବ୍ରହ୍ମାସ୍ତ୍ର ଓ ତଖ୍ତ ଫିଲ୍ମର ସୁଟିଂ କରିବେ । ବ୍ରହ୍ମାସ୍ତ୍ରରେ ରଣବୀର କପୁରଙ୍କ ସହ କାମ କରିବାବେଳେ ତଖ୍ତରେ ରଣବୀର ସିଂହଙ୍କ ସହ କାମ କରିବେ ।

Intro:Body:

SCS

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.