ହାଇଦ୍ରାବାଦ: ଅଜୟ ଦେବଗନଙ୍କ ପିତା ଭୀରୁ ଦେବଗନଙ୍କ ମୃତ୍ୟୁର ଦୁଇଦିନ ପରେ କାଜୋଲଙ୍କ ମା ତନୁଜାଙ୍କ ଦେହ ଅଚାନକ ଖରାପ ହୋଇଯାଇଥିଲା । ପେଟରେ ଯନ୍ତ୍ରଣା ହେବ କାରଣରୁ ମୁମ୍ବାଇର ଲୀଲାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ତନୁଜା ପାନକ୍ରିୟାଜ ରୋଗରେ ପୀଡିତ ଥିଲେ । ଡାଇଭର୍ଟିକୁଲାର ନାମକ ଏକ ପାଉଚରେ ଇନଫେକ୍ସନ ହେବା କାରଣରୁ ପେଟରେ ଯନ୍ତ୍ରଣା ହୋଇଥିଲା । ଏହାପରେ ସର୍ଜରୀ କରାଯାଇଥିଲା । ଡାକ୍ତରଙ୍କ କହିବା ମୁତାବକ, ତନୁଜା ଏବେ ସମ୍ପୁର୍ଣ୍ଣ ସୁସ୍ଥ ଓ ସପ୍ତାହେ ପରେ ଘରକୁ ଯାଇପାରିବେ ।
ସର୍ଜରୀ ପରେ ତନୁଜା ଅଧିକ ଦୁର୍ବଳ ହୋଇଯାଇଛନ୍ତି । ଏପରିକି ତାଙ୍କୁ ଚିହ୍ନିବା ଅସମ୍ଭବ । ପ୍ରଥମେ ଶଶୁର ଭୀରୁ ଦେବଗନଙ୍କ ମୃତ୍ୟୁ ଓ ପରେ ମା ଙ୍କ ଦେହ ଖରାପ କାଜୋଲଙ୍କୁ ଚିନ୍ତାରେ ପକାଇଦେଇଥିଲା । ଏବେ ମାଙ୍କ ସୁସ୍ଥତା ପରେ ସେ ଖୁସି ଥିବାର ଦେଖଯାଇଛି ।