ETV Bharat / sitara

ଏଥର ୟୁଟ୍ୟୁବରେ ଫ୍ୟାନ୍ସଙ୍କୁ ଦିୱାନା କରିବେ ସେହନାଜ

author img

By

Published : Jan 11, 2021, 11:21 AM IST

ସବୁବେଳେ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ରିଲେସନଶିପକୁ ନେଇ ଚର୍ଚ୍ଚାରେ ରହୁଥିବା ସେହନାଜ ଏଥର ଖୋଲିବେ ନିଜ ନାଁରେ ୟୁଟ୍ୟୁବ ଚ୍ୟାନେଲ । ସମସ୍ତଙ୍କୁ କରିବେ ମନୋରଞ୍ଜନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସେହନାଜ ଗିଲ୍
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସେହନାଜ ଗିଲ୍

ମୁମ୍ବାଇ: ରିୟାଲିଟି ଶୋ ‘ବିଗବସ 13’ରେ ନିଜ ଚୁଲବୁଲି ଅନ୍ଦାଜରେ ସମସ୍ତଙ୍କୁ ଦିୱାନା କରିଥିଲେ ପଞ୍ଜାବର କ୍ୟାଟ୍ରିନା କୈଫ ନାମରେ ପରିଚିତ ହେଉଥିବା ସେହନାଜ ଗିଲ୍ । ତାଙ୍କୁ ନେଇ ବର୍ତ୍ତମାନ ନୂଆ ଚର୍ଚ୍ଚା । ନୂଆ ବର୍ଷରେ ସେ ଫ୍ୟାନ୍ସଙ୍କୁ ଦେଇଛନ୍ତି ସରପ୍ରାଇଜ । ପ୍ରାୟତଃ ମ୍ୟୁଡିକ ଭିଡିଓ, ଇନଷ୍ଟାଗ୍ରାମ ଏବଂ ଟ୍ବିଟରରେ ଫ୍ୟାନ୍ସଙ୍କ ସହ ସମ୍ପୃକ୍ତ ରହୁଥିବା ସେହନାଜ ଏଥର ୟୁଟ୍ୟୁବ ଜରିଆରେ ସମସ୍ତଙ୍କୁ କରିବେ ମନୋରଞ୍ଜନ । କାରଣ ସେ ଲଞ୍ଚ କରିବାକୁ ଯାଉଛନ୍ତି ନିଜ ୟୁଟ୍ୟୁବ ଚ୍ୟାନେଲ । ଏହାର ସୂଚନା ସେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ଯାହା ଶୁଣି ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ ।

ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ଦେଖିବାକୁ ମିଳୁଛି ସେ ୟୁଟ୍ୟୁବର ପୋଷ୍ଟର ଧରି ଠିଆ ହୋଇଥିବାର । ଯେଉଁଥିରେ ତାଙ୍କ ଗ୍ଲାମରସ ଲୁକ ମଧ୍ୟ ନଜର ଆସୁଛି ।

ସେହିପରି ସେ ଏହାର କ୍ୟାପସନରେ ଲେଖିଛନ୍ତି, ‘ସମସ୍ତଙ୍କୁ ମୋ ତରଫରୁ ସ୍ନେହ ଏବଂ ପ୍ରେମ । ଧନ୍ୟବାଦ ମୋ ୟୁଟ୍ୟୁବ ଚ୍ୟାନେଲକୁ ସପୋର୍ଟ କରିବା ପାଇଁ । ମୁଁ ସମସ୍ତଙ୍କୁ କଥା ଦେଉଛି ଯେ ମନୋରଞ୍ଜନ ପାଇଁ କଣ୍ଟେଣ୍ଟ ତିଆରି କରିବି ଏବଂ ସବୁବେଲେ ଏଣ୍ଟରଟେନ କରିବି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.