ETV Bharat / sitara

ଗୋରଖପୁରରୁ ନିର୍ବାଚନ ଲଢିବେ ଭୋଜପୁରୀ ଷ୍ଟାର ରବି

ଭୋଜପୁରୀ ସୁପରଷ୍ଟାର ରବି କିଶନ କିଛି ଦିନ ପୂର୍ବରୁ କଂଗ୍ରେସ ହାତ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ଟିକେଟରୁ ସେ ଏଥର ଗୋରଖପୁରରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

author img

By

Published : Apr 15, 2019, 9:33 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରବି କିଶନ

ମୁମ୍ବାଇ: ଭୋଜପୁରୀ ସିନେମାର ସୁପରଷ୍ଟାର ରବି କିଶନ ଦର୍ଶକଙ୍କ ମଧ୍ୟରେ ନିଜ ଫିଲ୍ମ ଏବଂ ଜବରଦସ୍ତ ଡାଇଲଗ ଡିଲିଭରୀ ପାଇଁ ଖୁବ୍ ପପୁଲାର । ଏହି ସମୟରେ ରବି ନିର୍ବାଚନ ଚର୍ଚ୍ଚାରେ ମଧ୍ୟ ସାମିଲ ହୋଇସାରିଛନ୍ତି । ନିକଟରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଯାହାପରେ ଶୁଣିବାକୁ ମିଳୁଥିଲା ଯେ ସେ ଜୌନପୁରରୁ ଲୋକସଭା ପ୍ରାର୍ଥୀ ହେବେ । କିନ୍ତୁ ରବିଙ୍କୁ ଗୋରଖପୁର ସିଟରୁ ଲୋକସଭା ପ୍ରାର୍ଥୀ କରାଯାଇଛି ।

ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । କଥାଟି ହେଲା କି ନିର୍ବାଚନ ମଧ୍ୟରେ ରବିଙ୍କ ଆଗାମୀ ଫିଲ୍ମ 'ସବସେ ବଡା ଚ୍ୟାମ୍ପିଆନ ଟ୍ରେଲର' ରିଲିଜ କରିଦିଆଯାଇଛି । ଯାହାପରେ ଫିଲ୍ମର ଏକ ଗୀତ ମଧ୍ୟ ରିଲିଜ ହୋଇଛି । ଗୀତରେ ବି-ଟାଉନର ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ଜଲୱା ଦେଖିବାକୁ ମିଳୁଛି ।

ଯଦି ରବିଙ୍କ ରାଜନୀତି ବିଷୟରେ କଥା ହେବା, ତେବେ 2014ର ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରୁ ଜୌନପୁରରୁ ନିର୍ବାଚନ ଲଢିଥିଲେ । ଯେଉଁଥିରେ ସେ 42 ହଜାର ଭୋଟ ହାସିଲ କରିଥିଲେ । ଏବେ ଦେଖିବା ବାକି ରହିଲା କି ସେ ବିଜେପି ଟିକେଟରୁ ବିଜେତା ହୋଇପାରୁଛନ୍ତି କି ନାହିଁ ।

Intro:Body:

ଭୁବନେଶ୍ବର: ବିଜେପି ହିଂସାକୁ ଉସୁକାଉଛି । ରାଜ୍ୟରେ ଅପରାଧିକ ବାତାବରଣ ପାଇଁ ବିଜେପି ଚେଷ୍ଟା କରୁଛି । ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା ଘଟଣାରେ ପାଲଟା ଜବାବ ଦେଇ ବିଜେଡି ପକ୍ଷରୁ ଏହା କୁହାଯାଇଛି। 

ବିଜେଡି ପକ୍ଷରୁ କୁହାଯାଇଛି ଯେ, 'ମଙ୍ଗୁଳି ଜେନାଙ୍କୁ ହତ୍ୟା ଘଟଣା ଦୁର୍ଭାଗ୍ୟଜନକ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖବନ୍ଧରେ ଅହିଂସା ରଖିବାକୁ ପ୍ରସ୍ତାବ ପାରିତ କରାଇଛନ୍ତି । ରାଜ୍ୟରେ ଅପରାଧିକ ବାତାବରଣ ପାଇଁ ବିଜେପି ଚେଷ୍ଟା କରୁଛି । 

ବିହାର ଓ ମଧ୍ୟପ୍ରଦେଶ ଅବସ୍ଥା ଏଠାରେ ସୃଷ୍ଟି କରିବାକୁ ବିଜେପି ଚେଷ୍ଟା କରୁଛି ।  ପ୍ରମାଣ ନଥାଇ ରାଜନୈତିକ ଆକ୍ଷେପ କରାନଯାଉ।  ୨୦୦୦ରୁ ୨୦୧୫-୧୬ ପର୍ଯ୍ୟନ୍ତ ହିଂସା ନଥିଲା ।  ଏବେ ବିଜେପି ରାଜ୍ୟରେ ହିଂସାକୁ ଉସୁକାଉଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି'। 

ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟ ନିକଟରେ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ। ଏହାପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବାକଯୁଦ୍ଧ। ଏହି ହତ୍ୟାକାଣ୍ଡରେ ବିଜେପି ବିଜେଡି ଆଡକୁ ଇଙ୍ଗିତ କରୁଥିବାବେଳେ ବିଜେଡି ମଧ୍ୟ ପାଲଟା ଜବାବ ଦେଇ ଆକ୍ରମଣ କରିଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.