ହାଇଦ୍ରାବାଦ: ଚଳିତ ବର୍ଷ ନିର୍ବାଚନରେ ଅନେକ ବଲିଉଡ କଳାକାର ରାଜନୀତିରେ ପାଦଦେଇଛନ୍ତି । ନିର୍ବାଚନରେ ଗୋରଖପୁର ଆସନରୁ ବିଜୟୀ ହୋଇଛନ୍ତି ଭୋଜପୁରୀ ଅଭିନେତା ରବି କିଶନ । ନିକଟରେ ପ୍ରଥମ ଥର ରବି କିଶନଙ୍କୁ ସଂସଦରେ କହିବା ପାଇଁ ସୁଯୋଗ ମିଳିଛି । ଏବେ ଏହି ଭାଷଣର ଚର୍ଚ୍ଚା ସବୁଆଡେ । ରବି କିଶନ ସଂସଦରେ ଭୋଜପୁରୀରେ ଭାଷଣ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ ଭାଷଣର ଆରମ୍ଭ କରିଥିଲେ । ପ୍ରଥମେ ଗୋସୁରକ୍ଷା ଠାରୁ ଆରମ୍ଭ କରି ଭୋଜପୁରୀର ଗାରିମା ଓ ଶକ୍ତି ବିଷୟରେ ବର୍ଣ୍ଣନା କରି ଭୋଜପୁରୀ ଭାଷୀ ଲୋକଙ୍କ ମନକୁ କିଣି ନେଇଥିଲେ ।
ପ୍ରକାଶ ଥାଉକି, ଯେବେ ରବି ନିର୍ବାଚନ କ୍ୟାମ୍ପେନିଂ କରୁଥିଲେ ସେହି ସମୟରେ ସେ ଭୋଜପୁରୀ ଭାଷାକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ତେବେ ଏହାପରେ ରବିଙ୍କୁ କିଛି ଟ୍ରୋଲ ମଧ୍ୟ କରିଥିଲେ । ଭୋଜପୁରୀ ସିନେମା ସହ ତାମିଲ, ତେଲୁଗୁ ଓ ହିନ୍ଦି ସିନେମାରେ ମଧ୍ୟ ରବି ଅଭିନୟ କରିଛନ୍ତି ।