ମୁମ୍ବାଇ: ବଲିଉଡରେ ଅନେକ ଷ୍ଟାର କିଡସଙ୍କ ଚେହେରା ପ୍ରାୟତଃ ଦେଖିବାକୁ ମିଳିଥାଏ । ଏହି କ୍ରମରେ ଆଉ ଏକ ଅଭିନେତାଙ୍କ ଝିଅ ବଲିଉଡରେ ସାମିଲ ହେବାକୁ ପ୍ରସ୍ତୁତ ହୋଇସାରିଲେଣି । ସେ ଆଉ କେହି ନୁହଁନ୍ତି ସେ ହେଲେ ଭୋଜପୁରୀ ଲୋକପ୍ରିୟ ଅଭିନେତା ରବି କିଶନଙ୍କ ଲାଡଲୀ ରିବା କିଶନ । ସେ ଖୁବ୍ ଶୀଘ୍ର 'ସବ କୁଶଲ ମଙ୍ଗଲ' ଫିଲ୍ମରେ ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରିଙ୍କ ପୁଅ ପ୍ରିୟଙ୍କ ଶର୍ମାଙ୍କ ସହ ନଜର ଆସିବେ । ଏହି ଫିଲ୍ମ ଜରିଆରେ ଦୁଇ ଷ୍ଟାରକିଡ୍ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।
ଫିଲ୍ମଟି ବିହାରରେ ପ୍ରଚଳିତ ଜବରନ ବିବାହ ଉପରେ ଆଧାରିତ । ଫିଲ୍ମର ନିର୍ମାଣ କରିବାକୁ ଯାଉଛନ୍ତି ନିତିନ ମୋହନ ।
ସୋମବାର ଫିଲ୍ମର ମହୁରତ ରାଞ୍ଚିର ଟାଟୀସିଲଭେରେ ସମ୍ପନ୍ନ ହୋଇଯାଇଛି । ଯେଉଁଥିରେ 'ପ୍ରେମ ରୋଗ'ର ଚର୍ଚ୍ଚିତ ଅଭିନେତ୍ରୀ ପଦ୍ମିନୀ, ରବି, ନିର୍ମାତା ନିତି ଓ ପ୍ରାଚୀ ମନମୋହନ, ପ୍ରିୟଙ୍କ, ରିବା, ଅକ୍ଷୟ ଖନ୍ନା ଏବ ଟୁନ୍ନୁ ଶର୍ମା ସାମିଲ ହୋଇଥିଲେ ।
ମଙ୍ଗଳବାର ନିତିନ କହିଥିଲେ କି ରିବା ଓ ପ୍ରିୟଙ୍କଙ୍କ ଏହା ଡେବ୍ୟୁ ଫିଲ୍ମ । ଫିଲ୍ମଟି 'ପକଡୌଆ ବିବାହ'ର କାହାଣୀ ଉପରେ ଆଧାରିତ । ଫିଲ୍ମର ସୁଟିଂ ଆସନ୍ତା ଏପ୍ରିଲ ମାସରେ ଝାଡଖଣ୍ଡରେ ଆରମ୍ଭ ହେବାକୁ ଯାଉଛି । ୱନ ଅପ ଏଣ୍ଟରଟେନମେଣ୍ଟର ବ୍ୟାନରେ ଫିଲ୍ମଟି ତିଆରି ହେଉଛି ।