ହାଇଦ୍ରାବାଦ: ଅଭିନେତ୍ରୀ ତଥା ନ୍ୟାଶନାଲ କ୍ରସ ରଶ୍ମିକା ମନ୍ଦନା କ୍ରମାଗତ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ପୁଷ୍ପା'ରେ ରଶ୍ମିକା ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ଏବଂ ଫିଲ୍ମଟି ବକ୍ସ ଅଫିସରେ 300 କୋଟିରୁ ଅଧିକ ରୋଜଗାର କରିଥିଲା । ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତା ବିଜୟ ଦେବରକୋଣ୍ଡା (Vijay Deverakonda)ଙ୍କ ସହ ରଶ୍ମିକା ମନ୍ଦନାଙ୍କ ରିଲେସନସିପକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଖବର ଅନୁଯାୟୀ, ରଶ୍ମିକା ଏବଂ ବିଜୟ ମୁମ୍ବାଇ ଏବଂ ହାଇଦ୍ରାବାଦରେ ଗୋଟିଏ ସ୍ଥାନକୁ ଜିମକୁ ଯାଆନ୍ତି। କେବଳ ଏତିକି ନୁହେଁ, ରଶ୍ମିକା ଏବଂ ବିଜୟ ନୂତନ ବର୍ଷ ଉତ୍ସବ ପାଇଁ ଗୋଆ ଯାଇଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେବେ, ରଶ୍ମିକା ଏବଂ ବିଜୟ ଏପର୍ଯ୍ୟନ୍ତ ସେମାନଙ୍କର ରିଲେସନସିପକୁ ନେଇ ନୀରବ ରହିଛନ୍ତି ।
ଏକ ସାକ୍ଷାତକାରରେ, ରଶ୍ମିକାଙ୍କୁ ପଚରାଯାଇଥିଲା ଯେ ତାଙ୍କ ନଜରରେ ପ୍ରେମ କ’ଣ ? ଏହି ପ୍ରଶ୍ନର ଉତ୍ତରରେ ଅଭିନେତ୍ରୀ କହିଛନ୍ତି ଯେ, 'ମୋ ନଜରରେ ପ୍ରେମ ହେଉଛି ଯେଉଁଠାରେ ଦୁହେଁ ପରସ୍ପରକୁ ସମ୍ମାନ ଦେଉଥିବେ, ସମୟ ଦେଉଥିବେ ଏବଂ ପରସ୍ପର ସହିତ ସୁରକ୍ଷିତ ଅନୁଭବ କରୁଥିବେ । ପ୍ରେମକୁ ବର୍ଣ୍ଣନା କରିବା କଷ୍ଟକର କାରଣ ଏହା ଭାବନା ସହ ଜଡିତ ଏକ ମାମଲା । ପ୍ରେମ ସେତେବେଳେ ହୁଏ ଯେତେବେଳେ ଦୁଇ ଜଣଙ୍କ ପକ୍ଷରୁ ହଁ ଥାଏ, ଏକତରଫା ପ୍ରେମକୁ ଭଲପାଇବା କୁହାଯାଏନି । ସାକ୍ଷାତକାର ସମୟରେ ରଶ୍ମିକାଙ୍କୁ ତାଙ୍କ ବିବାହ ଯୋଜନା ବିଷୟରେ ମଧ୍ୟ ପଚରାଯାଇଥିଲା।
ଏହି ପ୍ରଶ୍ନର ଉତ୍ତରରେ ଅଭିନେତ୍ରୀ କହିଛନ୍ତି, 'ମୋତେ ଜଣା ନାହିଁ ମୁଁ ଏ ବିଷୟରେ କ’ଣ ଚିନ୍ତା କରିବି, କାରଣ ମୁଁ ବହୁତ ଛୋଟ ଅଛି। ମୁଁ ବର୍ତ୍ତମାନ ସୁଦ୍ଧା ଏ ବିଷୟରେ ଚିନ୍ତା କରି ନାହିଁ । ଯଦି ତୁମେ ପଚାରୁଛ, ତେବେ ମୁଁ ଏମିତି ଜଣେ ଜୀବନ ସାଥୀ ଚାହୁଁଛି ଯାହା ସହିତ ମୁଁ କମ୍ଫଟେବଲ ଫିଲ କରିପାରିବି । କ୍ୟାରିୟର ଫ୍ରଣ୍ଟ ବିଷୟରେ କଥା ହେବା ତ, ରଶ୍ମିକା ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଆଗାମୀ ଚଳଚ୍ଚିତ୍ର 'ମିଶନ୍ ମଜନୁ'ରେ ନଜର ଆସିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ