ETV Bharat / sitara

25 ବର୍ଷରେ ରଶ୍ମିକା, ନ୍ୟାସନାଲ କ୍ରସ୍ ଅଭିନେତ୍ରୀ

author img

By

Published : Apr 5, 2021, 1:18 PM IST

ଆଜି 25 ବର୍ଷରେ ପାଦ ଥାପିଲେ ରଶ୍ମିକା । ସାଉଥ ଇଣ୍ଡଷ୍ଟ୍ରିରେ ନିଜ ଜଲୱା ଦେଖାଇସାରିବା ପରେ ଏବେ ବଲିଉଡରେ କରିବେ ଏଣ୍ଟ୍ରି । ତାଙ୍କ ହାତରେ ଦୁଇଟି ହିନ୍ଦୀ ଫିଲ୍ମ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସାଉଥ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନଙ୍କ ଆଜି 25ତମ ଜନ୍ମଦିନ । ଏହି ଅବସରରେ ସୋସିଆଲ ମିଡିଆରେ ଛୁଟୁଛି ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ । ସାଉଥ ଫିଲ୍ମରେ ନିଜ ଜଲୱା ଦ୍ବାରା ଆଜି ସେ ସମସ୍ତଙ୍କ ଫେଭରେଟ ସାଜିଛନ୍ତି । ଦକ୍ଷିଣ ଭାରତ ବ୍ୟତୀତ ସେ ଉତ୍ତର ଭାରତରେ ମଧ୍ୟ ଲୋକପ୍ରିୟ ।

ରଶ୍ମିକା କନ୍ନଡ, ତାମିଲ ଏବଂ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି। ସେ 2016ରେ ‘କିରିକ୍ ପାର୍ଟି’ ଫିଲ୍ମ ସହିତ କନ୍ନଡ ସିନେମାରେ ଡେବ୍ୟୁ କରିଥିଲେ | ଏହି ଫିଲ୍ମରେ ଅଭିନେତ୍ରୀଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା ଏବଂ ଏହି ଫିଲ୍ମଟି ସେହି ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟ ସାଜିଥିଲା ।

ରଶ୍ମିକା କେବଳ 10 ରୁ 11 ଟି ଫିଲ୍ମରେ ଅଭିନୟ କରିଛନ୍ତି କିନ୍ତୁ, ଫିଲ୍ମର ସଫଳତା ଏବଂ ତାଙ୍କ ପ୍ରତିଭା ଯୋଗୁଁ ଫେମସ ଅଭିନେତ୍ରୀ ହୋଇପାରିଛନ୍ତି । 2020 ମସିହାରେ, ଗୁଗଲ ଅଭିନେତ୍ରୀଙ୍କୁ ନ୍ୟାସନାଲ କ୍ରସ୍ ଆଖ୍ୟା ଦେଇଥିଲା, ଯାହା ପରେ ତାଙ୍କର ଚାହିଦା ଆହୁରି ବଢିଯାଇଥିଲା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଶ୍ମିକା ମନ୍ଦାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଶ୍ମିକା ମନ୍ଦାନ

ନ୍ୟାସନାଲ କ୍ରସ୍ ରଶ୍ମିକା ସାଉଥ ପରେ ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ‘ମିଶନ ମଜନୁ’ ଫିଲ୍ମରୁ ରଶ୍ମିକା ବଲିଉଡରେ ଡେବ୍ୟୁ କରିବେ। ଏହି ଫିଲ୍ମରେ ତାଙ୍କ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପୋଜିଟ୍ ଦେଖିବାକୁ ମିଳିବ। ନିକଟରେ ସେ ଫିଲ୍ମରୁ ତାଙ୍କ ଲୁକ୍ ସେୟାର କରିଥିଲେ। ଏହା ବ୍ୟତୀତ ଅଭିନେତ୍ରୀ ଦ୍ବିତୀୟ ବଲିଉଡ ଫିଲ୍ମ ‘ଗୁଡବଏ’ର ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି। ଏହି ଫିଲ୍ମରେ ସେ ମହାନାୟକ ଅମିତାଭ ବଚ୍ଚନଙ୍କ ସହ ନଜର ଆସିବେ । ଯାହାର ଖୁସି ସେ ନିକଟରେ ସେୟାର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.