ହାଇଦ୍ରାବାଦ: ଶୁକ୍ରବାର ଫ୍ୟାନ୍ସଙ୍କୁ ମିଳିଥିଲା ଗୁଡନ୍ୟୁଜ । କାରଣ ପରଦାରେ ଏକାଠି ଦେଖିବାକୁ ମିଳିବ ବିଗ ବି ଅମିତାଭ ବଚ୍ଚନ ଓ ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନଙ୍କୁ । ଏହି ଯୋଡି ଏକତା କପୁରଙ୍କ ନିର୍ମିତ ଫିଲ୍ମ ‘ଗୁଡବାଏ’ରେ ନଜର ଆସିବେ ।
- " class="align-text-top noRightClick twitterSection" data="
">
ଯାହାକୁ ନେଇ ରଶ୍ମିକା କହିଛନ୍ତି ଯେ, "ମୁଁ ମିଷ୍ଟର ବଚ୍ଚନଙ୍କ ସହ କାମ କରିଥିବାରୁ ପ୍ରକୃତରେ କୃତଜ୍ଞ, ଏବଂ ମୁଁ କେବେ ଭାବି ନଥିଲି ଯେ ମୁଁ କ୍ୟାରିୟର ଆରମ୍ଭରୁ ସାରଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର କରିବି । ମୁଁ ତାଙ୍କ ସହ ସୁଟ୍ ଆରମ୍ଭ କରିବାକୁ ଅପେକ୍ଷା କରିଛି ମୁଁ ନର୍ଭସ ଏବଂ ଉତ୍ସାହିତ ମଧ୍ୟ ଅଛି । ତାଙ୍କ ଠାରୁ ମୁଁ ବହୁତ କିଛି ଶିଖିବି ।
ଯଦି ରଶ୍ମିକାଙ୍କ କଥା ହେବା, ତାହାଲେ ସେ ହିନ୍ଦୀ ଫିଲ୍ମ ‘ମିଶନ ମଜନୁ’ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଗୁଡବାଏ ତାଙ୍କର ଦ୍ବିତୀୟ ହିନ୍ଦୀ ଫିଲ୍ମ । ଯାହାକୁ ନେଇ ଉତ୍ସାହିତ ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉ କି, ଶୁକ୍ରବାର ଫିଲ୍ମର ସୁଟିଂ ରଶ୍ମିକା ଆରମ୍ଭ କରିଥିବାବେଳେ ଆସନ୍ତା 4 ତାରିଖରେ ସେଟରେ ଯୋଗ ଦେବେ ଅମିତାଭ । ସେହିପରି ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶକ ବିକାଶ ବହଲ ଓ ଏକତା ପୁଣି ଏକାଠି କାମ କରୁଛନ୍ତି ।
- " class="align-text-top noRightClick twitterSection" data="
">
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ