ETV Bharat / sitara

ଇନଷ୍ଟାଗ୍ରାମରେ ଫଟୋ ସେୟାର କଲେ ଦୀପିକା, ଏମିତି କମେଣ୍ଟ କଲେ ହବି ରଣବୀର

ଇନଷ୍ଟାଗ୍ରାମରେ ସୁନ୍ଦର ଫଟୋ ସେୟାର କଲେ ଅଭିନେତ୍ରୀ ଦୀପିକା ପାଦୁକୋନ । ସେଥିରେ ସଙ୍ଗେ ସଙ୍ଗେ ଏମିତି କମେଣ୍ଟ କଲେ ହବି ରଣବୀର । ଯାହାକୁ ଫ୍ୟାନ୍ସମାନେ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Oct 18, 2021, 8:06 PM IST

ଇନଷ୍ଟାଗ୍ରାମରେ ଫଟୋ ସେୟାର କଲେ ଦୀପିକା, ଏମିତି କମେଣ୍ଟ କଲେ ହବି ରଣବୀର
ଇନଷ୍ଟାଗ୍ରାମରେ ଫଟୋ ସେୟାର କଲେ ଦୀପିକା, ଏମିତି କମେଣ୍ଟ କଲେ ହବି ରଣବୀର

ମୁମ୍ବାଇ: ଦୀପିକାଙ୍କ ସୁନ୍ଦରତାର ପ୍ରଶଂସା କରିବାରେ କୌଣସି ସୁଯୋଗକୁ ହାତଛଡା କରନ୍ତିନି ହବି ରଣବୀର ସିଂ । ଯାହାର ପ୍ରମାଣ ଦୀପିକାଙ୍କ ନିକଟ ଇନଷ୍ଟାଗ୍ରାମ ଫଟୋରେ ଦେଖିବାକୁ ମିଳିଛି । ରଣବୀର ଦୀପିକାଙ୍କୁ "certified hawty" ବା 'ପ୍ରମାଣିତ Hotty' ବୋଲି ସମ୍ବୋଧନ କରିଛନ୍ତି ।

ନିକଟରେ ଦୀପିକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୨ଟି ଫଟୋ ସେୟାର କରି କେଉଁ ଫଟୋଟି ସର୍ବୋକୃଷ୍ଟ ତାହା ଫ୍ୟାନ୍ସଙ୍କୁ ପ୍ରଶ୍ନ କରିଥିଲେ । ଯେଉଁଥିରେ ସେ ଗୋଟିଏ ଫଟୋରେ କ୍ୟାପ୍‌ ପିନ୍ଧିଥିବାବେଳେ ଅନ୍ୟଟିରେ କ୍ୟାପ୍‌ ପିନ୍ଧିନଥିଲେ । ତେବେ ଦୀପିକାଙ୍କ ପୋଷ୍ଟ ପରେ ଏଥିରେ ସଙ୍ଗେ ସଙ୍ଗେ କମେଣ୍ଟ ଦେଇଥିଲେ ଆକ୍ଟର ହବି ରଣବୀର ସିଂ । ସେଥିରେ ସେ ସୌନ୍ଦର୍ଯ୍ୟ ପାଇଁ ପ୍ରମାଣ ପାଇଥିବା କହି କ୍ୟାପ୍‌ ବା ଟୋପି ନଥିବା ଫଟୋକୁ ଭଲ ବୋଲି କହିଥିଲେ ।

ରଣବୀରଙ୍କ କମେଣ୍ଟରେ ଅନେକ ଫ୍ୟାନ୍ସମାନେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ରଣବୀର ସର୍ବଦା ଦୀପିକାଙ୍କ ସୁନ୍ଦରତା ସହିତ ତାଙ୍କ ପ୍ରତିଭାକୁ ମଧ୍ୟ ପ୍ରଶଂସା କରିଥାନ୍ତି । ରଣବୀର ଭଲ କାମ କରିବା ପାଇଁ ଦୀପିକା ତାଙ୍କୁ ସବୁବେଳେ ଉତ୍ସାହିତ କରିଥାନ୍ତି ବୋଲି ସେ 'The Big Picture' ଟେଲିଭିଜନ ଡେବ୍ୟୁ ସମୟରେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.