ମୁମ୍ବାଇ: ବି-ଟାଉନ ଖିଲଜୀ ରଣବୀର ସିଂହ ନିଜ ଏନର୍ଜିଟିକ ଅଭିନୟ ପାଇଁ ବେଶ ଲୋକପ୍ରିୟ । ସେ ନିଜର ଅପକମିଂ ଫିଲ୍ମ '83'ର ସୁଟିଂ ପାଇଁ ଲଣ୍ଡନରେ ଅଛନ୍ତି । ଫିଲ୍ମରେ ସେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଇତିମଧ୍ୟରେ ତାଙ୍କୁ ନେଇ ଏକ ଖବର ଶୁଣିବାକୁ ମିଳୁଛି ।
- View this post on Instagram
THE INCOMPARABLE SIR VIVIAN RICHARDS ! 🏏👑 @83thefilm @kabirkhankk #83squad
">
କଥାଟି ହେଲା କି ସେ ପୂର୍ବତନ କ୍ରିକେଟର ୱାସିମ ଅକରମ, ଭିଭିୟନ ରିଚର୍ଡ ଓ ସଚିନ ତେନ୍ଦୁଲକରଙ୍କ ସାଇନ ହୋଇଥିବା ବ୍ୟାଟ କିଣିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସେ ଚର୍ଚ୍ଚାରେ ।
ସେ ୱାସିମ ଏବଂ ଭିଭିୟନଙ୍କ ସାଇନ ହୋଇଥିବା ବ୍ୟାଟକୁ 2000 ପାଉଣ୍ଡରେ କିଣିଛନ୍ତି । ପ୍ରକାଶ ଥାଉକି ଲଣ୍ଡନରେ ଆୟୋଜିତ ସଲାମ କ୍ରିକେଟ ପ୍ରୋଗ୍ରାମରେ ରଣଭୀର ନିଜ ଫିଲ୍ମର ପ୍ରମୋଟ କରିବାକୁ ପହଞ୍ଚିଥିଲେ । ସେଠାରେ ଏକ ଟ୍ରଷ୍ଟ ପାଇଁ ବ୍ୟାଟ ନିଲାମ କରାଯାଇଥିଲା । ସଚିନ, ୱାସିମ ଓ ଭିଭିୟନଙ୍କ ବ୍ୟାଟର ମୂଲ୍ୟ 1000 ପାଉଣ୍ଡରୁ ନିଲାମ ଆରମ୍ଭ ହୋଇଥିଲା । ଯାହାକୁ 2000 ପାଉଣ୍ଡ ଦେଇ ନିଜ ନାମରେ କରିଥିଲେ ରଣବୀର ।