ETV Bharat / sitara

ଅନ୍ତର୍ଜାତୀୟ ସଙ୍କେତ ଭାଷା ଦିବସ, ଯୁବପିଢିଙ୍କୁ ଅପିଲ କଲେ ରଣବୀର - ଯୁବପିଢିଙ୍କୁ ଅପିଲ କଲେ ରଣବୀର

ଅନ୍ତର୍ଜାତୀୟ ସଙ୍କେତ ଭାଷା ଦିବସ । ବଧିର ସମ୍ପ୍ରଦାୟକୁ ସାହାଯ୍ୟ କରିବାକୁ ଯୁବପିଢିଙ୍କୁ ଅପିଲ କଲେ ବଲିଉଡ ଷ୍ଟାର ରଣବୀର ସିଂ । ଅଧିକ ପଢନ୍ତୁ...

ଅନ୍ତର୍ଜାତୀୟ ସଙ୍କେତ ଭାଷା ଦିବସ, ଯୁବପିଢିଙ୍କୁ ଅପିଲ କଲେ ରଣବୀର

author img

By

Published : Sep 23, 2021, 7:30 PM IST

ମୁମ୍ବାଇ: ଆଜି ହେଉଛି ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ । ଏହି ଦିବସ ଅବସରରେ ରଣବୀର ସିଂ ଦେଶର ପ୍ରତିଟି ଯୁବପିଢିଙ୍କୁ ବଧିର ସମ୍ପ୍ରଦାୟକୁ ଏକ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ଅପିଲ କରିଛନ୍ତି । ଶିକ୍ଷାଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଏହି ସମ୍ପ୍ରଦାୟ କିଛି କ୍ରିଏଟିଭ ଆର୍ଟ କରି ବଧିରମାନଙ୍କୁ ସାହାଯ୍ୟ କରିବାକୁ ବଲିଉଡ ଷ୍ଟାର ରଣବୀର ଯୁବପିଢିଙ୍କୁ ଅପିଲ କରିଛନ୍ତି । ଗତ କିଛି ବର୍ଷ ଧରି ବଧିର ସମ୍ପ୍ରଦାୟ ପାଇଁ କାମ କରି ଆସୁଛନ୍ତି ବଧିର ସମ୍ପ୍ରଦାୟ ।

ମାନବିକତା ଦୃଷ୍ଟିରୁ ଆମ ସମାଜରେ ପ୍ରତିଟି ଅସହାୟ ପାଇଁ ଆମେ କିଛି କରିବା ଆବଶ୍ୟକ । ଅନ୍ତର୍ଜାତୀୟ ସଙ୍କେତ ଭାଷା ଦିବସରେ ସେ ବଧିର ସମ୍ପ୍ରଦାୟକୁ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି । ବଧିର ସମ୍ପ୍ରଦାୟଙ୍କୁ ପ୍ରତିଟି କ୍ଷେତ୍ରରେ କିପରି ଭାବେ ସାହାଯ୍ୟ କରିହେବ ସେ ସମ୍ପର୍କରେ ଆଜିର ଯୁବପିଢି ଭାବିବା ଆବଶ୍ୟକ ବୋଲି ସେ କହିଛନ୍ତି । ରଣବୀର ବଧିର ସମ୍ପ୍ରଦାୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ତେବେ ସଙ୍କେତ ଭାଷାକୁ ଭାରତର ୨୩ତମ ଅଫିସିଆଲ ଭାଷା ଭାବେ ପରିଗଣିତ କରିବାକୁ ସେ ଅଧିକାରୀଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି ।

ରଣବୀର 'IncInk' ମାଧ୍ୟମରେ ବଧିର ସମ୍ପ୍ରଦାୟ ପାଇଁ ମ୍ୟୁଜିକ ରିଲିଜ କରିଥାନ୍ତି । ତେବେ ବଧିର ସମ୍ପ୍ରଦାୟ ସମ୍ବନ୍ଧରେ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଛନ୍ତି ରଣବୀର । ଏହି ଭାଷାକୁ ଅଫିସିଆଲ ଭାଷା ଭାବେ ପରିଗଣିତ କରିବାକୁ ସେ ପ୍ରଥମେ ଉଦ୍ୟମ କରିବେ ଓ ପରେ ଅନ୍ୟମାନଙ୍କ ପରି ଏହି ସମ୍ପ୍ରଦାୟକୁ ସମାଜରେ ଅନ୍ତର୍ଭୁକ୍ତ କରିବା ପାଇଁ ସମସ୍ତ ଚେଷ୍ଟା କରିବେ ବୋଲି କହିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.