ETV Bharat / sitara

କଙ୍ଗନାଙ୍କୁ ସ୍ପେଶାଲ ଅନ୍ଦାଜରେ ଭଉଣୀ ରଙ୍ଗୋଲୀଙ୍କ ଶୁଭେଚ୍ଛା

author img

By

Published : Mar 23, 2020, 2:58 PM IST

ସବୁବେଳେ ନିଜ ବିବାଦୀୟ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହନ୍ତି କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲୀ। ଏବେ ଭଉଣୀଙ୍କୁ ବର୍ଥଡେ ୱିଶ କରି ଚର୍ଚ୍ଚାରେ।

rangoli chandel
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଙ୍ଗୋଲୀ ଚାନ୍ଦେଲ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଆଜି 33ତମ ଜନ୍ମଦିନ। ଏହି ଖାସ୍ ଅବସରରେ ତାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ତାଙ୍କୁ ସ୍ପେଶାଲ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ବିଟରରେ କଙ୍ଗନାଙ୍କ 90 ଦଶକର ଫଟୋ ସେୟାର କରିଛନ୍ତି। ଯେଉଁଥିରେ କଙ୍ଗନାଙ୍କ ପିଲାବେଳ ଦେଖିବାକୁ ମିଳୁଛି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ରଙ୍ଗୋଲୀ ଚାନ୍ଦେଲ

ଫଟୋକୁ ସେୟାର କରି ରଙ୍ଗୋଲୀ ତାଙ୍କୁ ବର୍ଥଡେ ୱିଶ କରି ଲେଖିଛନ୍ତି, ‘ହାପି ବର୍ଥଡେ ଛୋଟୁ।’ ଫଟୋରେ କଙ୍ଗନାଙ୍କ ପିତା ସବୁ ପିଲାଙ୍କୁ ପାଠ ପଢାଉଥିବାର ନଜର ଆସୁଛନ୍ତି। ଫଟୋରେ ତିନି ଭାଇ, ଭଉଣୀ ଘର ପିଣ୍ଡାରେ ବସି ପାଠ ପଢୁଥିବାର ଦେଖାଯାଉଛନ୍ତି।

ପ୍ରକାଶ ଥାଉକି ଏହି ସମୟରେ କଙ୍ଗନା ନିଜ ପରିବାର ସହ ମନାଲୀରେ ଅଛନ୍ତି। କୋରୋନା ଭାଇରସ ଆତଙ୍କକୁ ଦୃଷ୍ଟିରେ ରଖି କଙ୍ଗନା ନିକଟରେ ନିଜ ଘରକୁ ଚାଲିଯାଇଥିଲେ। ତାଙ୍କ ପରି ଅନେକ କଳାକାର ବର୍ତ୍ତମାନ ନିଜ ନିଜ ଘରେ ସମୟ ବିତାଉଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.