ETV Bharat / sitara

ପିସିଙ୍କୁ ଟାର୍ଗେଟ କଲେ ରଙ୍ଗୋଲୀ, ପଢାଇଲେ ପରିବେଶ ପାଠ

ତାପସୀ ପନ୍ନୁ, ଅନୁରାଗ କଶ୍ୟପଙ୍କ ପରେ ଏବେ ପ୍ରିୟଙ୍କାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ।

ଡିଜାଇନ ଫଟୋ
author img

By

Published : Sep 28, 2019, 8:00 PM IST

ମୁମ୍ବାଇ: ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ନିଜର କମବ୍ୟାକ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ର ପ୍ରମୋଶନରେ ଖୁବ୍ ବ୍ୟସ୍ତ । ଫିଲ୍ମରେ ସେ ଅଭିନେତା, ନିର୍ଦ୍ଦେଶକ ଫରହାନ ଅଖତରଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ଫିଲ୍ମ ପ୍ରମୋଶନରେ ପ୍ରିୟଙ୍କା ପରିବେଶକୁ ନେଇ ନିଜ ଚିନ୍ତା ପ୍ରକଟ କରିଥିଲେ । କିନ୍ତୁ ଜଣେ ଅଭିନେତ୍ରୀଙ୍କ ଭଉଣୀଙ୍କୁ ପିସିଙ୍କ ଏପରି କଥାବାର୍ତ୍ତା ଆଦୌ ପସନ୍ଦ ଆସିନଥିଲା । ଯାହାକୁ ନେଇ ସେ ପ୍ରିୟଙ୍କାଙ୍କ ଉପରେ ରାଗିଯାଇଛନ୍ତି ।

photo-2
ଫଟୋ ସୌଜନ୍ୟ: ଟ୍ବିଟର@ପ୍ରିୟଙ୍କା ଚୋପ୍ରା

ଏହି ମହିଳା ଜଣକ ଆଉ କେହି ନୁହଁନ୍ତି ଏ ହେଲେ ବଲିଉଡର କୁଇନ କଙ୍ଗନା ରଣାୱତଙ୍କ ବଡ ଭଉଣୀ ରଙ୍ଗୋଲୀ ଚାନ୍ଦେଲ । କିଛି ଦିନ ହେବ ସୋସିଆଲ ମିଡିଆରେ ସ୍ବିଡେନର ‘ଜଳବାୟୁ ଯୋଦ୍ଧା’ ଭାବେ ପରିଚିତ ଗ୍ରେଟାଙ୍କ ‘ହାଓ ଡେୟାର ୟୁ’ ଟ୍ରେଣ୍ଡ କରୁଛି । 16 ବର୍ଷିୟ ଗ୍ରେଟା ଥନବର୍ଗ ଜଣେ ପରିବେଶବିତ । ଗ୍ରେଟା ନିକଟରେ ଜାତିସଂଘରେ ଏକ ଭାଷଣ ଦେଇଥିଲେ । ଯିଏ ନିଜ ଭାଷଣ ଜରିଆରେ ସମସ୍ତଙ୍କୁ ଖୁବ୍ ଆକର୍ଷିତ କରିଥିଲେ । ଗ୍ରେଟାଙ୍କ ଜଳବାୟୁ ପରିବର୍ତ୍ତନକୁ ନେଇ ବଡ ବଡ ନେତାଙ୍କୁ ‘HOW DARE YOU’ କହିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

photo-1
ଫଟୋ ସୌଜନ୍ୟ: ଟ୍ବିଟର@ରଙ୍ଗୋଲୀ ଚାନ୍ଦେଲ

ଆଉ ଏହି ଲିଙ୍କକୁ ସେୟାର କରି ପ୍ରିୟଙ୍କା ଲେଖିଥିଲେ, ‘ଧନ୍ୟବାଦ ଗ୍ରେଟା ଆମକୁ ହୋସରେ ଆଣିବା ପାଇଁ । ଆମେ ଯେତେ ଜାଣିଛୁ ଆହୁରି ଅଧିକା ଜାଣିବାର ଆବଶ୍ୟକ ଅଛି । ଯେଉଁ ଗ୍ରହରେ ଆମେ ରହୁଛୁ ତାହାକୁ ବଞ୍ଚାଇବାର ଆବଶ୍ୟକ ଅଛି ।’ ଯେମିତି ହିଁ ପିସିଙ୍କ ଏହି ପୋଷ୍ଟ ଉପରେ ରଙ୍ଗୋଲୀଙ୍କ ନଜର ପଡିଥିଲା । ତେବେ ସେ ସଙ୍ଗେ ସଙ୍ଗେ ପରିବେଶର ପାଠ ପ୍ରିୟଙ୍କାଙ୍କୁ ପଢାଇଥିଲେ ।

‘ପ୍ରିୟ ପିସି ଆପଣଙ୍କୁ ପୁଣିଥରେ ଏଠାରେ ଦେଖି ଭଲ ଲାଗୁଛି । ବିଦେଶରେ ଏହି ଝିଅ ଭଲ କାମ କରୁଛନ୍ତି । କିନ୍ତୁ ଆମ ଦେଶରେ ମଧ୍ୟ ଅନେକ ଲୋକ ମନଧ୍ୟାନ ଦେଇ ପରିବେଶ ଉପରେ କାମ କରୁଛନ୍ତି । କେବେଳ ଲେକ୍ଚର ଦେଉନାହାଁନ୍ତି ଫଳାଫଳ ମଧ୍ୟ ପାଉଛନ୍ତି । ତାଙ୍କ ପାଇଁ ମଧ୍ୟ କେବେ କେବେ ପ୍ରେମଭରା ଶବ୍ଦ କହିଦିଅନ୍ତୁ । ଭଲ ଲାଗିବା’ ବୋଲି ପ୍ରିୟଙ୍କାଙ୍କ ପୋଷ୍ଟରେ କମେଣ୍ଟ କରିଥିଲେ ରଙ୍ଗୋଲୀ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.