ହାଇଦ୍ରାବାଦ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ ସୁପର-30 ବକ୍ସ ଅଫିସରେ କାଫି ଭଲ ବ୍ୟବସାୟ କରିଛି । 12ଜୁଲାଇରେ ରିଲିଜ ହେବା ପରେ ଏଯାଏଁ 130କୋଟିର ବ୍ୟବସାୟ କରିସାରିଛି ଫିଲ୍ମ । ଫ୍ୟାନ୍ସଙ୍କ ମଧ୍ୟରେ ବି ଫିଲ୍ମକୁ ନେଇ ଦେଖିବାକୁ ମିଳିଛି କ୍ରେଜ ।
କିନ୍ତୁ ଫିଲ୍ମ ରିଲିଜର ଏତେ ଦିନ ପରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ଟ୍ବିଟ କରି ହ୍ରିତିକଙ୍କ ମଜାକ ଉଡାଇଛନ୍ତି । ଏହାସହ କଙ୍ଗନାଙ୍କଠାରୁ ଅଭିନୟ ଶିଖିବାକୁ ପରାମର୍ଶ ଦେଇଛନ୍ତି । ରଙ୍ଗୋଲି ସର୍ବଦା ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ଅନେକ ସମୟରେ ସେ ହ୍ରିତିକ ରୋଶନ ଓ ତାଙ୍କ ପରିବାରକୁ ଟାର୍ଗେଟ କରିଥାଆନ୍ତି ।
କଙ୍ଗନା ଓ ତାଙ୍କ ଉଭଣୀ ରଙ୍ଗୋଲି ସର୍ବଦା ସୋସିଆଲ ମିଡିଆରେ ଅବାନ୍ତର ଯୁକ୍ତି କରିଥାଆନ୍ତି । ଖାସ୍ ଏଥିପାଇଁ ମିଡିଆ ସେମାନଙ୍କୁ କଭରେଜ କରିବା ବନ୍ଦ କରିଦେଇଥିଲା । ନିକଟରେ ‘ଜର୍ଜ ମେଣ୍ଟାଲ ହେ କ୍ୟା’ର ପ୍ରମୋଶନ ସମୟରେ କଙ୍ଗନାଙ୍କ ସାମ୍ବାଦିକଙ୍କ ପ୍ରତି ବ୍ୟବହାରକୁ ନେଇ ଅନେକ ବିବାଦ ଦେଖିବାକୁ ମିଳିଥିଲା ।