ମୁମ୍ବାଇ: କିଛି ଦିନ ହେବ ବଲିଉଡ ଗ୍ୟାଲେରିରେ ବିବାଦୀୟ ଅଭିନେତ୍ରୀ ଓ ଫିଲ୍ମ ନିର୍ମାତା ଏକତା କପୁରଙ୍କ ମଧ୍ୟରେ ସମ୍ପର୍କ ଠିକ ନାହିଁ ବୋଲି ଖବର ଜୋର ଧରିଛି । ଏକତାଙ୍କ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ର ସଙ୍ଗ ଲଞ୍ଚିଂ ସମୟରେ ଏହି ବିବାଦ ଲୋକଲୋଚନକୁ ଆସିଥିଲା । ଏହା ପରଠାରୁ ଏକତା କୁଆଡେ କଙ୍ଗନାଙ୍କ ଉପରେ ଖପ୍ପା ଅଛନ୍ତି ବୋଲି ଖବର ଶୁଣିବାକୁ ମିଳୁଛି ।
ଇତିମଧ୍ୟରେ ସବୁବେଳେ କଙ୍ଗନାଙ୍କ ସପକ୍ଷରେ ବୟାନ ଦେଉଥିବା ତାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ଏକତାଙ୍କୁ ନେଇ ଏକ ଟ୍ବିଟ କରିଛନ୍ତି । ଏଥର କିନ୍ତୁ ସେ କୌଣସି ଖରାପ ଟ୍ବିଟ ନୁହେଁ ବରଂ ଏକତାଙ୍କ ବିଷୟରେ କିଛି ଭଲ କଥା ଲେଖିଛନ୍ତି ।
ଏକତା ଓ କଙ୍ଗନା ବିଷୟରେ ଭାଇରାଲ ହେଇଥିବା ଏହି ଖବର ଉପରେ ଫୁଲଷ୍ଟଫ ଲଗାଇ ରଙ୍ଗୋଲୀ ଟ୍ବିଟରରେ ଲେଖିଛନ୍ତି, ‘ବହୁତ କମ ଲୋକ ଅଛନ୍ତି ଯିଏ କଙ୍ଗନାଙ୍କ ସାହସିକତା ଗୁଣକୁ ସମ୍ମାନ କରନ୍ତି । ଏହି କ୍ରମରେ ଏକତା ଅନ୍ୟତମ । ଦୟା କରି ଦୁଇଜଣଙ୍କ ମଧ୍ୟରେ ଖରାପ ସମ୍ପର୍କ ସୃଷ୍ଟି କରନାହିଁ’ । ରଙ୍ଗୋଲୀଙ୍କ ଏହି ଟ୍ବିଟ ଦେଖିଲାଗୁଛି ଯେ ସେ ବର୍ତ୍ତମାନ ଝଗଡା କରିବା ମୁଡରେ ନାହିଁନ୍ତି । କାରଣ ସେ କଙ୍ଗନାଙ୍କୁ ନେଇ ସବୁବେଳେ ଅନ୍ୟ ଷ୍ଟାରଙ୍କ ଉପରେ କ୍ରୋଧ ପ୍ରକାଶ କରୁଥିବାର ଦେଖାଯାଆନ୍ତି ।
ପ୍ରକାଶ ଥାଉକି ନିକଟରେ ରିଲିଜ ହୋଇଥିବା କଙ୍ଗନା ଓ ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’କୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ଫିଲ୍ମଟି ବକ୍ସ ଅଫିସରେ କମାଲ କରିବାରେ ଅସଫଳ ସାବ୍ୟସ୍ତ ହୋଇଛି । ଅନ୍ୟପଟେ କଙ୍ଗନା ଖୁବଶୀଘ୍ର ନିର୍ଦ୍ଦେଶିକା ଅଶ୍ବିନୀ ଆୟର ତିୱାରୀଙ୍କ ଆଗାମୀ ଫିଲ୍ମ ‘ପଙ୍ଗା’ରେ ନଜର ଆସିବେ । ତାଙ୍କ ସହ ଏହି ଫିଲ୍ମରେ ସେକ୍ସୀ ଅଭିନେତ୍ରୀ ରିଚା ଚଡ୍ଡା ମଧ୍ୟ ଦେଖାଯିବେ ।