ETV Bharat / sitara

କଙ୍ଗନା-ସମ୍ବାଦିକ ବିବାଦ: ଔପଚାରିକ ବୟାନ ରଖିଲେ ରଙ୍ଗୋଲୀ

କଙ୍ଗନାଙ୍କ ବିବାଦରେ ପୁଣି ସାମ୍ନାକୁ ଆସିଲେ ଭଉଣୀ ରଙ୍ଗୋଲୀ । ଟ୍ବିଟରେ ବୟାନ ସେୟାର କରିଛନ୍ତି ରଙ୍ଗୋଲୀ ।

ଡିଜାଇନ ଫଟୋ
author img

By

Published : Jul 12, 2019, 1:18 PM IST

ମୁମ୍ବାଇ: କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କୁ କିଏ ଅବା ଜାଣିନାହାଁନ୍ତି । ସବୁବେଳେ କଙ୍ଗନାଙ୍କ ସମର୍ଥନରେ ସାମ୍ନାକୁ ଆସି ବିବାଦ ଘେରରେ ମଧ୍ୟ ଫସନ୍ତି ରଙ୍ଗୋଲୀ । ତଥାପି କଙ୍ଗନାଙ୍କୁ ବିରୋଧୀକୁ କେବେ ମଧ୍ୟ ସହଜରେ ଯିବାକୁ ଦିଅନ୍ତି ନାହିଁ । ସେ ମଧ୍ୟ କଙ୍ଗନାଙ୍କ ପରି ବଲିଉଡ, ମିଡିଆ କାହାରିକୁ ମଧ୍ୟ ଛାଡନ୍ତି ନାହିଁ , ସମସ୍ତଙ୍କୁ ପ୍ରତିଉତ୍ତର ଦେବାରେ ମାହିର ରଙ୍ଗୋଲୀ ।

ଯେଉଁଠାରେ କିଛି ଦିନ ହେବ ବି-ଟାଉନ ଷ୍ଟାର୍ସଙ୍କୁ ଅପମାନ କରିଥିଲେ ରଙ୍ଗୋଲୀ ସେହିଠାରେ ବର୍ତ୍ତମାନ କଙ୍ଗନା ଓ ସମ୍ବାଦିକ ଜଷ୍ଟିନ ରାଓଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ସାମ୍ନାକୁ ଆସିଛନ୍ତି । ସେ ଟ୍ବିଟର ଆକାଉଣ୍ଟରେ ନିଜ ଆଡଭୋକେଟ ସିଦ୍ଦିକୀଙ୍କ ଦ୍ବାରା ଜାରି ହୋଇଥିବା ଔପଚାରିକ ବୟାନ ସେୟାର କରିଛନ୍ତି ।

ରଙ୍ଗୋଲୀ ଓ କଙ୍ଗନାଙ୍କ ମ୍ୟାନେଜର ଦ୍ବାରା ସେୟାର ହୋଇଥିବା ଏହି ବୟାନରେ କହୁଯାଇଛି ଯେ ଜଣେ ସମ୍ବାଦିକଙ୍କ ଦ୍ବାରା ତାଙ୍କ ଭଉଣୀଙ୍କ ସହ ପବ୍ଲିକ ପ୍ଲେସରେ ଦୁର୍ବ୍ୟବହାର, ଶୋଷଣ, ଅପରାଧୀ ରୂପେ ଦର୍ଶାଯାଇଛି । ଏହାସହ ବୟାନରେ ଆହୁରି ଲେଖାଯାଇଛି ଯେ ଜଣେ ଅଣପେସାଦାର ସମ୍ବାଦିକଙ୍କ ଦ୍ବାରା ପବ୍ଲିକ ପ୍ଲେସରେ ଦୁର୍ବ୍ୟବାହର କରିବାକୁ ସୁଯୋଗ ମିଳିଥିଲା । ତାଙ୍କ କ୍ଲାଏଣ୍ଟଙ୍କ ସହ ଦୁର୍ବ୍ୟବହାର ହେଲା ଭଳି ଅନ୍ୟ ସେଲିବ୍ରିଟିଙ୍କ ସହ ମଧ୍ୟ ଅନେକ ସ୍ଥାନରେ ଏପରି ହେଉଛି । ଏହା ଜାଣିବା ସତ୍ତ୍ବେ ବେଆଇନ ଏବଂ ଅପରାଧ କଥା କହିବାର କାହାରି ମଧ୍ୟ ସ୍ବାଧୀନତା ନାହିଁ, କିନ୍ତୁ ମାନିହାନିର ରାଶି ଅଛି। ତଥାପି ସେମାନେ ଏପରି ବ୍ୟବହାର କରୁଛନ୍ତି।

ଏହି ବୟାନକୁ ସେୟାର କରି ରଙ୍ଗୋଲୀ କ୍ୟାପସନରେ ଲେଖିଛନ୍ତି, "ସାର ଏହି ଦୋକାନକୁ ବନ୍ଦ କରିବା ସହ ଏମାନଙ୍କୁ ଜେଲ ପଠାଯିବା କଥା । ଅପରାଧି କେଉଁଠିକାର । ତାଙ୍କର ସାହସ କିପରି ହେଲା ସେ କଙ୍ଗନାଙ୍କୁ ଏପରି ଧମକାଇବା ସହ ଭୟଭୀତ କରିବାକୁ । " ଅନ୍ୟପଟେ ଏହି ବୟାନରେ ଏଣ୍ଟରଟେନମେଣ୍ଟ ଜର୍ନିଲିଷ୍ଟ ଗିଲ୍ଡ ସଙ୍ଗଠନଙ୍କୁ ଏନେଇ ପ୍ରସଙ୍ଗ ଉପରେ ନିଜ ପକ୍ଷ ରଖିବା ଏବଂ ଏହା ଜରିଆରେ ଅଣପେସାଦାର ସମ୍ବାଦିକଙ୍କ ପ୍ରତି କଡା କାର୍ଯ୍ୟନୁଷ୍ଠାନ ନେବାକୁ କୁହାଯାଇଛି। ଏହି ମାମଲାରେ କଙ୍ଗନା ଗୁରୁବାର ଏକ ଭିଡିଓ ସେୟାର କରି କ୍ଷମା ମାଗିବା ବଦଳରେ ସାମ୍ବାଦିକଙ୍କୁ ଓପନ ଚ୍ୟାଲେଞ୍ଜ କରିଥିଲେ କି ସେ କ୍ଷମା ମାଗିବେ ନାହିଁ । ଆଉ ହାତ ଯୋଡି କହିଥିଲେ କି ବ୍ୟାନ କରିଦିଅ ।

ପ୍ରକାଶ ଥାଉ ଜୁଲାଇ 7ରେ ଏକତା କପୁରଙ୍କ ଜଜମେଣ୍ଟାଲ ହେ କ୍ୟା ଗୀତ ଲଞ୍ଚି ଇଭେଣ୍ଟରେ କଙ୍ଗନା ଓ ସମ୍ବାଦିକ ଜଷ୍ଟିନଙ୍କ ସହ ତାଙ୍କ ପୂର୍ବ ଫିଲ୍ମ 'ମଣିକର୍ଣ୍ଣିକା'କୁ ନେଇ ଯୁକ୍ତିତର୍କ ହୋଇଥିଲା । ଯାହାପରେ ଇଣ୍ଟରଟେନମେଣ୍ଟ ଗିଲ଼୍ଡ ସଙ୍ଗଠନ କଙ୍ଗନାଙ୍କ କ୍ଷମା ଦାବି କରିଥିଲା । ଏହାସହ ତାଙ୍କୁ ବଲିଉଡ ମିଡିଆରୁ ବହିଷ୍କାର କରିବାକୁ ମଧ୍ୟ କହିଥିଲେ ।

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.