ମୁମ୍ବାଇ: ବିବାଦୀୟ ବଲିଉଡ କୁଇନ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସଙ୍ଗୀତକାର ଜାଭେଦ ଅକତରଙ୍କ ବିରୁଦ୍ଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ତାଙ୍କ ଭଉଣୀ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ହ୍ରିତିକ ରୋଶନଙ୍କ ଠାରୁ କ୍ଷମା ମାଗିବା ପାଇଁ ଧମକାଇ ଥିଲେ ଜାଭେଦ । ସେ ଏହା ମଧ୍ୟ କହିଥିଲେ କି ଯେତେବେଳେ କଙ୍ଗନା ଏକ ଆତ୍ମଘାତୀ ଭୂମିକାରେ ଅଭିନୟ କରିବାକୁ ମନା କରିଦେଇଥିଲେ ସେତେବେଳେ ମହେଶ ଭଟ୍ଟ ଅଭିନେତ୍ରୀଙ୍କ ଉପରକୁ ଚପଲ ଫୋପାଡିଥିଲେ ।
ସେହିପରି ଜାଭେଦ ଅକତର କଙ୍ଗନାଙ୍କୁ ଘରକୁ ଡାକି ହ୍ରିତିକଙ୍କୁ କ୍ଷମା ମାଗିବା ପାଇଁ ବାଧ୍ୟ କରି ଧମକାଇ ଥିଲେ । ଏହି ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କୁ ଫାସିବାଦୀ କହୁଛନ୍ତି, ଦାଦା ତାହାଲେ ଆପଣ ଦୁଇ ଜଣ କ'ଣ ? ଏପର୍ଯ୍ୟନ୍ତ ମହେଶ ଭଟ୍ଟ ହୁଅନ୍ତୁ ବା ଜାଭେଦ ଅକତର ବା ତାଙ୍କର କୈାଣସି ପରିବାରର ସଦସ୍ୟ ମଧ୍ୟ ଏହି ବିଷୟରେ କିଛି ସଫେଇ ଦେଇନାହାଁନ୍ତି ।
କଙ୍ଗନା ଓ ହ୍ରିତିକଙ୍କ ରିଲେସନସିପର କଣ୍ଟ୍ରୋଭସି 2016ରେ ସାମ୍ନାକୁ ଆସିଥିଲା । ମିଡିଆରେ ସେତେବେଳେ ଏହି ଦୁଇ କଳାକାର ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ଦୁଇ ଷ୍ଟାର ଦୁଇ ଜଣଙ୍କ ଛବି ଖରାପ କରିବାରେ ଲାଗିପଡିଥିଲେ ।
କଙ୍ଗନାଙ୍କ ବ୍ରେକଅପ ପରେ ସେ ସ୍ପୋର୍ଟସ ଡ୍ରାମା ଫିଲ୍ମ ପଙ୍ଗାରେ ନଜର ଆସିଥିଲେ । ଏହାପରେ ସେ ଥଲାଇବିରେ ନଜର ଆସିବେ ।