ETV Bharat / sitara

ପ୍ରେମଗୁରୁ ହୋଇ ପାଠ ପଢାଇବେ ରଣଦୀପ

ସାରା ଓ କାର୍ତ୍ତିକଙ୍କୁ ପ୍ରେମ ପାଠ ପଢାଇବେ ଅଭିନେତା ରଣଦୀପ ହୁଡ୍ଡା । ଇମତିଆଜ ଅଲ୍ଲୀଙ୍କ ଆଗାମୀ ଫିଲ୍ମ 'ଲଭ ଆଜ କଲ-2'ରେ ନଜର ଆସିବେ ।

author img

By

Published : Jun 8, 2019, 9:39 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରଣଦୀପ ହୁଡ୍ଡା

ମୁମ୍ବାଇ: ଆଜିକାଲି ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ୟନ ନିଜର ଆଗାମୀ ଫିଲ୍ମ 'ଲଭ ଆଜ କଲ-2'ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ଫିଲ୍ମ ନିର୍ମାତା ଇମତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ବି-ଟାଉନର ଆଉ ଜଣେ ହ୍ୟାଣ୍ଡସମ ଅଭିନେତା ନଜର ଆସିବେ । ଆଜ୍ଞା ହଁ, ଫିଲ୍ମରେ ରଣଦୀପ ହୁଡ୍ଡା ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ ।

ଫିଲ୍ମରେ ନିଜ ଭୂମିକାର ସୁଟିଂ ସେ ଶେଷ କରିସାରିଲେଣି । ଏହି ଅବସରରେ ରଣଦୀପ ଇମୋଶନାଲ ହୋଇଯାଇଥିଲେ । ଏକଥା ଆମେ କହୁନାହୁଁ । ଏହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡିଛି ।

ନିକଟରେ ଇମତିଆଜଙ୍କ ଫିଲ୍ମର ସୁଟିଂ ଶେଷ କରିସାରିଥିବା ରଣଦୀପ ଟ୍ବିଟରର ଇମତିଆଜଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି ଯେ ଏହା ଏକ ବାସ୍ତବିକ ଅନୁଭବ ଥିଲା, ଯାହା ତାଙ୍କୁ କଳାକାର ରୂପେ ନିଜକୁ ପୁଣି ଖୋଜିବାରେ ସାହାଯ୍ୟ କରିଛି ।

ସେ ଟ୍ବିଟ କରି କ୍ୟାପସନରେ ଲେଖିଛନ୍ତି, "ଇମତିଆଜଙ୍କ ସହ ମୋର ଆଗାମୀ ଫିଲ୍ମର ସୁଟିଂ ଶେଷ ହୋଇଛି । ଫିଲ୍ମ 'ହାଇ-ୱେ'ର ପାଞ୍ଚ ବର୍ଷ ପରେ ଏହି ରି-ୟୁନିୟନ ଖୁବ୍ ଶାନଦାର ସାବ୍ୟସ୍ତ ହୋଇଛି । ସବୁଥର ପରି କାମର ଆନନ୍ଦ ନେଇ ନିଜ ସୀମାକୁ ବଢାଇବା, ନିଜକୁ ଜଣେ କଳାକାର, ଜଣେ ବ୍ୟକ୍ତି ରୂପେ ପୁଣି ଖୋଜିବାର ବାସ୍ତିବ ଅନୁଭବ ।"

ପ୍ରକାଶ ଥାଉକି ଫିଲ୍ମ 'ଲଭ ଆଜ କଲ-2'ରେ ରଣଦୀପ ପ୍ରେମଗୁରୁ ଭୂମିକାରେ ନଜର ଆସିବେ । 2009ରେ ରିଲିଜ ହୋଇଥିବା ରୋମାଣ୍ଟିକ କମେଡି ଫିଲ୍ମ 'ଲଭ ଆଜ କଲ'ର ସିକ୍ବେଲ ଫିଲ୍ମ 'ଲଭ ଆଜ କଲ-2' । ଫିଲ୍ମଟି ଆସନ୍ତା ବର୍ଷ ଭାଲେଣ୍ଟାଇନ ଅର୍ଥାତ୍ ଫେବୃଆରୀ 14ରେ ରିଲିଜ ହେବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.