ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ରଣଦୀପ ହୁଡ୍ଡା ମହାନାୟକ ଅମିତାଭ ବଚ୍ଚନଙ୍କ ଠାରୁ ପ୍ରଶଂସା ପାଇ ଖୁବ୍ ଖୁସି ଅଛନ୍ତି । ରଣଦୀପ ନିକଟରେ ଅମିତାଭଙ୍କ ଠାରୁ ଖାସ୍ କମେଣ୍ଟ ହାସିଲ କରିଛନ୍ତି । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ । କିଛି ଦିନ ପୂର୍ବରୁ ସେ ଛୋଟ ପରଦାର ରିୟାଲିଟି ପ୍ରଶ୍ନ ଉତ୍ତର ଶୋ କୌନ ବନେଗା କରୋଡପତି ସିଜନ 11ରେ ନଜର ଆସିଥିଲେ । ଏହି ଶୋରେ ଅମିତାଭ କହିଥିଲେ କି, ସେ ରଣଦୀପଙ୍କ କାମର ବଡ ପ୍ରଶଂସକ । ତାଙ୍କ ଠାରୁ ଏହି କମେଣ୍ଟ ପାଇ ଖୁବ୍ ଉତ୍ସାହିତ ନଜର ଆସିଥିଲେ ରଣଦୀପ ।
- " class="align-text-top noRightClick twitterSection" data="
">
ଏହି ଅବସରରେ ସେ ଇନଷ୍ଟାଗ୍ରାମରେ ଅମିତାଭଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ଅମିତାଭଙ୍କ ସହ ସେଲ୍ଫି ନେଇଥିବାର ଦେଖାଯାଉଛନ୍ତି । "ଅମିତାଭଙ୍କ ସହ ସାକ୍ଷାତ କରିବା ସବୁବେଳେ ପ୍ରେରଣାଦାୟକ ଏବଂ ଶାନଦାର ଅନୁଭବ ହୋଇଥାଏ । ସେ ଆମ ଦେଶର ଲୋକଙ୍କ ଚେତନାର ଏକ ମହତ୍ବପୂର୍ଣ୍ଣ ଅଂଶ । ତାଙ୍କ ପରଫର୍ମନ୍ସ, ସ୍ବର, ପର୍ସନାଲିଟି ଏବଂ ଡେଡିକେଶନ ପାଇଁ ହିନ୍ଦୀ ସିନେମାରେ ନିଜର ଏକ ଭିନ୍ନ ପରିଚୟ ସ୍ଥାପନ କରିବାରେ ସଫଳ ହୋଇଛନ୍ତି" ବୋଲି କ୍ୟାପସନରେ ଲେଖିଛନ୍ତି ରଣଦୀପ ।
ପ୍ରକାଶ ଥାଉକି ଅମିତାଭଙ୍କ ଭଳି ସୁପରଷ୍ଟାରଙ୍କ ମୁହଁରୁ ନିଜ ପ୍ରଶଂସା ଶୁଣିବା କଳାକାରଙ୍କ ପାଇଁ କୌଣସି ଉପହାର ଠାରୁ କମ ନୁହେଁ । ତେଣୁ ଅମିତାଭଙ୍କ ପ୍ରଶଂସାରେ ଖୁସି ଅନୁଭବ କରିଛନ୍ତି ରଣଦୀପ ।