ନୂଆଦିଲ୍ଲୀ : ବି-ଟାଉନର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର ବର୍ତ୍ତମାନ ଲଭ ରଞ୍ଜନଙ୍କ ଅପକମିଂ ଫିଲ୍ମକୁ ନେଇ ବହୁ ଚର୍ଚ୍ଚାରେ ।
ବଲିଉଡର ହ୍ୟାଣ୍ତସମ ଷ୍ଟାର ରଣବୀର କପୁର ଫିଲ୍ମ ନିର୍ମାତା ଲଭ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ପ୍ରଥମ ଥର ପାଇଁ ଶ୍ରଦ୍ଧାଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ଚଳଚ୍ଚିତ୍ରର ପ୍ରଥମ ସିଡ୍ୟୁଲର ସୁଟିଂ ଉତ୍ତରପ୍ରଦେଶର ଗାଜିଆବାଦରେ ଆରମ୍ଭ ହେବାକୁ ଯାଉଛି।
ଲଭ ରଞ୍ଜନଙ୍କ ଅନ୍ ଟାଇଟେଲ ଚଳଚ୍ଚିତ୍ରର ସୁଟିଂ ଜାନୁଆରୀ 2021 ର ପ୍ରଥମ ସପ୍ତାହରେ ଆରମ୍ଭ ହେବ । ଏହି ଚଳଚ୍ଚିତ୍ରଟି ପ୍ରଥମେ ମାର୍ଚ୍ଚ 16, 2021 ରେ ବଡ ପରଦାରେ ଆସିବାର ଥିଲା । କିନ୍ତୁ କୋଭିଡ କାରଣରୁ ସୁଟିଂ ବିଳମ୍ବ ହୋଇଥିଲା । ଏହି ଫିଲ୍ମଟି ଲଭ୍ ଫିଲ୍ମସ୍ ଦ୍ବାରା ନିର୍ମିତ ହେଉଛି ।
- " class="align-text-top noRightClick twitterSection" data="
">
ଲଭ୍ ଫିଲ୍ମସ୍ ପୂର୍ବରୁ 'ସୋନୁ କେ ଟିଟୁ କି ସ୍ବିଟି' ଏବଂ 'ଦେ ଦେ ପ୍ୟାର୍ ଦେ' ଭଳି ବହୁ ହିଟ୍ ଫିଲ୍ମ ଦେଇଛନ୍ତି ।
ରିପୋର୍ଟ ଅନୁଯାୟୀ, ଫିଲ୍ମର ଅଧିକାଂଶ ସୁଟିଂ ଲଭ୍ ଙ୍କ ଘର ନିକଟରେ ନିର୍ମିତ ଏକ ସେଟରେ ସୁଟିଂ କରାଯିବ। ଏଥିସହିତ ଦିଲ୍ଲୀର କିଛି ସ୍ଥାନରେ ମଧ୍ୟ ଫିଲ୍ମର ସୁଟିଂ କରାଯିବ।
ପ୍ରକାଶ ଥାଉ ଯେ, ରଣବୀର ଏବଂ ଶ୍ରଦ୍ଧାଙ୍କ ବ୍ୟତୀତ ଡିମ୍ପଲ୍ କପାଡିଆ ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିବେ ।
ଆଗାମୀ ସମୟରେ ରଣବୀରଙ୍କୁ ଚଳଚ୍ଚିତ୍ର' ବ୍ରହ୍ମାସ୍ତ୍ର'ରେ ଦେଖିବାକୁ ମିଳିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ