ମୁମ୍ବାଇ: କୋରୋନା ଭାଇରସରୁ ବଞ୍ଚିବା ପାଇଁ ଅନ୍ୟ କଳାକାରଙ୍କ ଭଳି କ୍ୟୁଟ ଆଲିୟା ଭଟ୍ଟ ମଧ୍ୟ ଘରେ ସମୟ ବିତାଉଛନ୍ତି। ସେ ବହି ପଢି ଦିନ କାଟିବାରେ ଲାଗିଛନ୍ତି । ଆଉ ଏମିତିରେ ତାଙ୍କ ସହ ଅଛନ୍ତି ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁର। ଖାଲି ଏତିକି ନୁହେଁ ଆଲିୟାଙ୍କ ପାଇଁ ଏବେ ଫଟୋଗ୍ରାଫର ସାଜିଛନ୍ତି ରଣବୀର। ଏକଥା ଆମେ କହୁ ନାହୁଁ । ଏହା ତାଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡିଛି।
- " class="align-text-top noRightClick twitterSection" data="
">
ଶୁକ୍ରବାର ଆଲିୟା ନିଜର ଏକ ସୁନ୍ଦର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଯେଉଁଥିରେ ସେ ସୂର୍ଯ୍ୟ ଅସ୍ତ ହେଉଥିବାର ଦେଖୁଛନ୍ତି। ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଘର ରୁହନ୍ତୁ ଆଉ ସୂର୍ଯ୍ୟାସ୍ତ ଦେଖନ୍ତୁ। #stayhomestaysafe।’ ତାଙ୍କ ଏହି ଫଟୋରେ ଖାସ୍ କଥା ହେଲା ଯେ ସେ ଫଟୋ କ୍ରେଡିଟ ରଣବୀରଙ୍କୁ ଦେଇଛନ୍ତି।
ଫଟୋରେ ଏବେ ଅନେକ ଲୋକଙ୍କ କମେଣ୍ଟ ଦେଖିବାକୁ ମିଳୁଛି । ତାଙ୍କ ଉଭଣୀ ଶାହୀନ ଭଟ୍ଟ କମେଣ୍ଟ କରି ଲେଖିଛନ୍ତି, ‘ତେବେ ସେ କେବଳ ଆମର ଖରାପ ଫଟୋ ଉଠାଉଛନ୍ତି।’ ସେହିପରି ଆଲିୟାଙ୍କ ବନ୍ଧୁ ଆକାଂକ୍ଷ ରଞ୍ଜନ କପୁର ଲେଖିଛନ୍ତି, ‘ମୁଁ ମୋ ବୟଫ୍ରେଣ୍ଡକୁ ତୁମ ବୟଫ୍ରେଣ୍ଡ ଭଳି କରିବାକୁ ଟ୍ରେନିଂ ଦେଉଛି।’ ସପଟେ ରଣବୀରଙ୍କ ମା' ତଥା ଅଭିନେତ୍ରୀ ନୀତୁ କପୁର ମଧ୍ୟ କମେଣ୍ଟରେ ନିଜ ପ୍ରେମ ପ୍ରକାଶ କରିଛନ୍ତି।