ETV Bharat / sitara

ରଣବୀର-ଆଲିୟାଙ୍କ ରିଲେସନକୁ ଗ୍ରହଣ କରିଛନ୍ତି ପରିବାର !

ପୂର୍ବରୁ ଅନେକ ଥର ଆଲିୟା କହିଛନ୍ତି ଯେ ପିଲାବେଳୁ ରଣବୀର ତାଙ୍କର କ୍ରସ । ଉଭୟଙ୍କ ରିଲେସନରେ ସବୁଠାରୁ ବଡ ହାତ ରହିଛି ଉଭୟଙ୍କର ମ୍ୟୁଚୁଆଲ ଫ୍ରେଣ୍ଡ ଆୟାନ ମୁଖାର୍ଜୀଙ୍କର । ଅଧିକ ପଢନ୍ତୁ...

ରଣବୀର-ଆଲିୟାଙ୍କ ରିଲେସନକୁ ଗ୍ରହଣ କରିଛନ୍ତି ପରିବାର !
ରଣବୀର-ଆଲିୟାଙ୍କ ରିଲେସନକୁ ଗ୍ରହଣ କରିଛନ୍ତି ପରିବାର !
author img

By

Published : May 25, 2020, 9:43 PM IST

ମୁମ୍ବାଇ: ବର୍ତ୍ତମାନ ବି-ଟାଉନରେ ଚର୍ଚ୍ଚିତ କପଲ ହେଉଛନ୍ତି ରଣବୀର କପୁର ଓ ଆଲିୟା ଭଟ୍ଟ । ବଲିଉଡରେ ଦୀର୍ଘ ଦଶନ୍ଧି ଧରି ରାଜ କରିଥିବା ଏହି 2 ପରିବାର ନିକଟରେ ସମ୍ପର୍କୀୟ ହେବାକୁ ଯାଉଛନ୍ତି । କପୁର ଓ ଭଟ୍ଟ ପରିବାର ମଧ୍ୟରେ ସମ୍ପର୍କ ଯୋଡିପାରନ୍ତି ଲଭ ବାର୍ଡସ ଆଲିୟା ଓ ରଣବୀର । ଯଦିଓ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ତେବେ ସୂତ୍ର ଅନୁସାରେ ଉଭୟଙ୍କ ରିଲେସନକୁ ଫ୍ୟାମିଲିର ଗ୍ରୀନ ସିଗନାଲ ମିଳିସାରିଥିବା ଚର୍ଚ୍ଚା ଚାଲିଛି ।

ଉଭୟଙ୍କ ରିଲେସନ ଏବେ ବଲିଉଡରେ ଖୁବ୍ ଚର୍ଚ୍ଚା । ଅନେକ ପାର୍ଟି, ଫଙ୍କସନରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳୁଛି । ପୂର୍ବରୁ ଅନେକ ଥର ଆଲିୟା କହିଛନ୍ତି ଯେ ପିଲାବେଳୁ ରଣବୀର ତାଙ୍କର କ୍ରସ । ଆଜି ସେ ନିଜ କ୍ରସଙ୍କୁ ଡେଟିଂ କରୁଛନ୍ତି । ଏଥିରେ ସବୁଠାରୁ ବଡ ହାତ ରହିଛି ଉଭୟଙ୍କର ମ୍ୟୁଚୁଆଲ ଫ୍ରେଣ୍ଡ ଆୟାନ ମୁଖାର୍ଜୀଙ୍କର । କାରଣ ସେ ହିଁ ଉଭୟ ଷ୍ଟାରଙ୍କୁ ଏକାଠି କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି । ବିଶେଷ କରି ରଣବୀର ଯେପରି ଖୁଲମଖୁଲା ବିନ୍ଦାସ ଜୀବନ ଜିଉଁଥିଲେ ଆଲିୟାଙ୍କ ସହ ତାଙ୍କ ସ୍ଥିର ରିଲେସନ ପାଇଁ ଆୟାନ ମାଧ୍ୟମ ପାଲଟିଥିଲେ । ତାଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରରେ ମଧ୍ୟ ଉଭୟ ଲିଡ ରୋଲରେ ନଜର ଆସୁଛନ୍ତି ।

ତେବେ ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଖୁବଶୀଘ୍ର ଉଭୟଙ୍କ ବିବାହ ହେବାକୁ ଯାଉଛି । ଏଥିପାଇଁ ସେମାନଙ୍କ ପରିବାର ମଧ୍ୟ ରାଜି ଥିବା ଜଣାପଡିଛି । ପୂର୍ବରୁ ରଣବୀରଙ୍କ ସମସ୍ତ ରିଲେସନକୁ ପସନ୍ଦ କରୁନଥିବା ତାଙ୍କ ପରିବାର ବିଶେଷ କରି ମାଆ ନୀତୁ ସିଂ ମଧ୍ୟ ଏହାକୁ ଗ୍ରୀନ ସିଗନାଲ ଦେଇଛନ୍ତି । ଖବର ଅନୁସାରେ ରିଷିଙ୍କ ଦେହାନ୍ତ ବେଳେ ଆଲିୟା ଯେପରି ସେମାନଙ୍କ ପରିବାର ସହ ଥିଲେ ଏହା ନୀତୁଙ୍କୁ ବେଶ ଆଟ୍ରାକ୍ଟ କରିଥିଲା । ସେଥିପାଇଁ ସେ ଆଲିୟାଙ୍କୁ ବୋହୂ ବୋଲି ଗ୍ରହଣ କରିବାକୁ ରାଜି ଅଛନ୍ତି । ଉଭୟଙ୍କ ପରିବାର ମଧ୍ୟରେ ଥିବା ଉତ୍ତମ ସମ୍ପର୍କ ଯୋଗୁଁ ଏମାନଙ୍କ ବିବାହ ନିକଟ ଭବିଷ୍ୟତରେ ହେବା ନିଶ୍ଚିତ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.