ମୁମ୍ବାଇ: ନିର୍ଦ୍ଦେଶକ କୁନାଲ କୋହଲିଙ୍କ ବହୁ ପ୍ରତିକ୍ଷିତ ୱେବ ସିରିଜ ‘ରାମୟୁଗ’ର ଦମଦାର ଟ୍ରେଲର ରିଲିଜ ହୋଇଯାଇଛି । ଭଗବାନ ରାମଙ୍କ କାହାଣୀକୁ ନେଇ ପର୍ଯ୍ୟବେଶିତ ଏହି ସିରିଜ। ଦେଶରେ ବର୍ତ୍ତମାନ କୋରୋନାକୁ ନେଇ ନିରାଶ ଥିବା ଦର୍ଶକଙ୍କୁ ସାହସ ଯୋଗାଇବା ପାଇଁ ମେକର୍ସ ସିରିଜର ଟ୍ରେଲର ରିଲିଜ କରିଛନ୍ତି । ଯାହାର ସୂଚନା ଦେଇଛନ୍ତି ମେକର୍ସ ।
- " class="align-text-top noRightClick twitterSection" data="
">
ସେପଟେ ଟ୍ରେଲର ରିଲିଜ ହେବା ଅବସରରେ କୁନାଲ କହିଛନ୍ତି, ‘ଦେଶ ବହୁତ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଆଉ ଆମେ ଆଶା କରୁଛୁ କି ଏହି ମହାନ କାହାଣୀ ପୁଣିଥରେ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବା ସହ ଶକ୍ତି ପ୍ରଦାନ କରିବ । ଯାହାଦ୍ବାରା ସମସ୍ତେ ବସି ଏକାଠି ଏହି କାହାଣୀ ଦେଖିପାରିବେ ।’
ପ୍ରକାଶ ଥାଉକି ଏମଏକ୍ସ ପ୍ଲେୟାରରେ ମେ 6 ତାରିଖରେ ଷ୍ଟ୍ରିମିଂ ହେବ ‘ରାମୟୁଗ’ । ଯେଉଁଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଦିଗନ୍ଥ ମନଚଲେ, ଅକ୍ଷୟ ଡୋଗରା,ଐଶ୍ଚର୍ଯ୍ୟା ଓଝା, କବୀର ଦୁହନ ସିଂ, ବିବାନ ଭଟେନା, ନବଦୀପ ପଲ୍ଲାପୋଲୁ, ଅନୀଶ ଜନ କୋକୋନ, ଶିଶିର ମୋହନ ଶର୍ମା, ଜତିନ ସିୟାଲ, ଶ୍ବେତା ଗୁଲାଟି, ସୁପର୍ଣ୍ଣ ମାରୱାହ, ମମତା ବର୍ମା, ଟିସ୍କା ଚୋପ୍ରା ଭଳି କଳାକାର ।
ସେହିପରି ଗତ ସପ୍ତାହରେ ଅମିତାଭ ବଚ୍ଚନ ଓ ଉସ୍ତାଦ ଜାକିର ହୁସୈନଙ୍କ ଦ୍ବାରା ହନୁମାନ ଚାଳିଶା ସଙ୍ଗୀତ ସିରିଜରୁ ରିଲିଜ କରାଯାଇଥିଲା ।