ETV Bharat / sitara

ସୁଶାନ୍ତଙ୍କ ବାପାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଅଠାୱଲେ, ନ୍ୟାୟ ପାଇଁ ଦେଲେ ଆଶ୍ବାସନା - sushant singh rajput's father

ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ ସୁଶାନ୍ତଙ୍କ ବାପା କେ.କେ ସିଂଙ୍କୁ ଭେଟିଛନ୍ତି। କେ.କେ ସିଂ ବର୍ତ୍ତମାନ ତାଙ୍କ ପୁତୁରା ତଥା ଫରିଦାବାଦ ପୋଲିସ କମିଶନର ଓପି ସିଂଙ୍କ ବାସଭବନରେ ଅଛନ୍ତି।

ସୁଶାନ୍ତ ସିଂଙ୍କ ବାପାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ  ଆଠୱାଲେ, ନ୍ୟାୟ ପାଇଁ ଦେଲେ ଆଶ୍ବାସନା

author img

By

Published : Aug 28, 2020, 5:09 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି। ଇତି ମଧ୍ୟରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ସୁଶାନ୍ତଙ୍କ ବାପା କେ.କେ ସିଂ ଏବଂ ତାଙ୍କ ଭଉଣୀଙ୍କୁ ଭେଟିଛନ୍ତି। କେ.କେ ସିଂ ବର୍ତ୍ତମାନ ତାଙ୍କ ପୁତୁରା ତଥା ଫରିଦାବାଦ ପୋଲିସ କମିଶନର ଓପି ସିଂଙ୍କ ବାସଭବନରେ ଅଛନ୍ତି।

ସୁଶାନ୍ତ ସିଂଙ୍କ ବାପାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଆଠୱାଲେ, ନ୍ୟାୟ ପାଇଁ ଦେଲେ ଆଶ୍ବାସନା

ଏହି ମାମଲାରେ ସିବିଆଇ ତଦନ୍ତ କରୁଛି । ତେଣୁ ସୁଶାନ୍ତଙ୍କୁ ନ୍ୟାୟ ନିଶ୍ଚିତ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ସୁଶାନ୍ତଙ୍କ ବାପା କେ.କେ ସିଂଙ୍କୁ ଆଶ୍ବାସନା ଦେଇଛନ୍ତି। ଅଠାୱାଲେଙ୍କ ସହ ସାକ୍ଷାତ ସମୟରେ ସୁଶାନ୍ତଙ୍କ ସମ୍ପର୍କୀୟମାନେ ଏହି ମାମଲାର ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେପଟେ ଶୁସାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ସନ୍ଦେହ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସିବିଆଇ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି। ଶୀଘ୍ର ସମସ୍ତଙ୍କ ନିକଟରେ ସତ୍ୟ ପ୍ରକାଶ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସୁଶାନ୍ତଙ୍କ ପରିବାର ସହ ପୁରା ଦେଶ ଅଛି । ସୁଶାନ୍ତଙ୍କ ହତ୍ୟା କିମ୍ବା ଆତ୍ମହତ୍ୟା ମାମଲାରେ ରିଆ ଚକ୍ରବର୍ତ୍ତୀଙ୍କ ହାତ ଥାଇପାରେ । ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଘରାଯିବ । ଦୋଷୀକୁ ଫାଶିଦଣ୍ଡ ମିଳିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ପ୍ରାୟ 40 ମିନିଟ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଆଠୱାଲେ ସୁଶାନ୍ତଙ୍କ ପରିବାର ସହ ଆଲୋଚନା କରିଥିଲେ ।

ଏହାପୂର୍ବରୁ ଅଗଷ୍ଟ ପ୍ରଥମ ସପ୍ତାହରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଫରିଦାବାଦ ଗସ୍ତ ସମୟରେ କିଛି ସମୟ ପାଇଁ ଫରିଦାବାଦ ପୋଲିସ କମିଶନର ଓପି ସିଂଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାପା କେ.କେ ସିଂଙ୍କୁ ମଧ୍ୟ ଭେଟି ଏହି ମାମଲା ସହ ଜଡିତ ସମସ୍ତ ଦିଗ ବିଷୟରେ ଆଲୋଚନା କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.