ETV Bharat / sitara

ଟ୍ରାଫିକ ନିୟମ ଭାଙ୍ଗି ଫଶିଲେ ନିର୍ମାତା ରାମ ଗୋପାଲ

author img

By

Published : Jul 22, 2019, 3:22 PM IST

ବାଇକରେ ତିନି ଜଣଙ୍କୁ ବସାଇ ଟ୍ରାଫିକ ନିୟମ ଭାଙ୍ଗିଲେ ରାମ ଗୋପାଲ । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ପୋଲିସକୁ ଶୁଣାଇଲେ ଆଶ୍ଚର୍ଯ୍ୟକର କଥା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାମ ଗୋପାଲ ବର୍ମା

ମୁମ୍ବାଇ: ନିର୍ଦ୍ଦେଶକ, ନିର୍ମାତା ରାମ ଗୋପାଲ ବର୍ମା ନିଜ ଫିଲ୍ମ ଠାରୁ ଅଧିକ ବାବାଦ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ରାମ ଗୋପାଲଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସ୍ମାର୍ଟ ଶଙ୍କର' ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଥିବା ବେଳେ ସେ ଏକ ନୂଆ ବିବାଦ ଘେରରେ ଆସିଯାଇଥିଲେ ।

twitter
ଫଟୋ ସୌଜନ୍ୟ: ଟ୍ବିଟର@ରାମ ଗୋପାଲ

ଫିଲ୍ମର ପ୍ରମୋଶନ କରିବା ପାଇଁ ରାମ ଗୋପାଲ ଏକ ଭିନ୍ନ ଉପାୟ ଆପଣାଇଥିଲେ । ସେ ଟ୍ରିପଲିଂ କରି ସିନେମା ହଲରେ ପହଞ୍ଚିଥିଲେ । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଅନ୍ୟପଟେ ତାଙ୍କର ଏପରି ଅନ୍ଦାଜ ଦେଖି ପୋଲିସ ତାଙ୍କ ଉପରେ ଫାଇନ ଲଗାଇ ଦେଇଥିଲା । ଯାହାକୁ ଆଧାର କରି ଏବେ ରାମ ଗୋପାଲ ଏକ ଟ୍ବିଟ କରିଛନ୍ତି । ଅନ୍ୟପଟେ ଫ୍ୟାନ୍ସ ରାମ ଗୋପାଲଙ୍କ ଟ୍ବିଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

twitter
ଫଟୋ ସୌଜନ୍ୟ: ଟ୍ବିଟର@ହାଇଦ୍ରାବଦ ଟ୍ରାଫିକ

ସେ ଟ୍ବିଟରରେ ଟ୍ରାଫିକ ନିୟମ ଭାଙ୍ଗିବାର ଭିଡିଓ ଅପଲୋଡ କରିଛନ୍ତି । ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "କେଉଁଠାରେ ଅଛନ୍ତି ଟ୍ରାଫିକ ପୋଲିସ, ଲାଗୁଛି ସମସ୍ତେ ଥିଏଟର ଭିତରେ ଅଛନ୍ତି ଆଉ ଫିଲ୍ମ ସ୍ମାର୍ଟ ଶଙ୍କର ଦେଖୁଛନ୍ତି ।"

ଏହାର ଜବାବ ଦେଇ ସାଇବର ଟ୍ରାଫିକ 1335 ଟଙ୍କାର ଫାଇନ ରାମ ଗୋପାଲଙ୍କ ଉପରେ ଲଗାଇ ଲେଖିଛି, "ଟ୍ରାଫିକ ନିୟମକୁ ଉଲ୍ଲଂଘନ ରିପୋର୍ଟ କରିବା ପାଇଁ ଧନ୍ୟବାଦ ରାମ ଗୋପାଲ ବର୍ମା । ଆମେ ଆଶା କରୁଛି ଯେ ଆପଣ ଟ୍ରାଫିକ ନିୟମର ପାଳନ ନିଜେ କରିବେ । କେବଳ ସିନେମା ଘରେ କାହିଁକି ? ଟ୍ରାଫିକ ପୋଲିସ ଏପରି ଡ୍ରାମା ରାସ୍ତାରେ ସବୁବେଳେ ଦେଖୁଛି ।"

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.