ETV Bharat / sitara

Condom comedy 'Chhatriwali': ଆସିଲା ରକୁଲଙ୍କ ପ୍ରଥମ ଲୁକ୍‌ - ରକୁଲ ପ୍ରୀତ ସିଂଙ୍କ ଆଗାମୀ ଫିଲ୍ମ

ଆଡଲ୍ଟ କମେଡ଼ି ଫିଲ୍ମ 'ଛତରୀୱାଲି'ରେ ନଜର ଆସିବେ ଅଭିନେତ୍ରୀ ରକୁଲପ୍ରୀତ ସିଂ । ଏଥିରେ ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଯାହାକୁ ନେଇ ଉଭୟ ଆକ୍ଟର ଓ ନିର୍ଦ୍ଦେଶକ ରହିଛନ୍ତି ଉତ୍ସାହିତ । ଅଧିକ ପଢନ୍ତୁ...

Condom comedy 'Chhatriwali': ଆସିଲା ରାକୁଲଙ୍କ ପ୍ରଥମ ଲୁକ୍‌

author img

By

Published : Nov 13, 2021, 4:52 PM IST

ମୁମ୍ବାଇ: ଆଡ଼ଲ୍ଟ କମେଡ଼ି ଫିଲ୍ମ 'ଛତରୀୱାଲି'ରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ରାକୁଲ ପ୍ରୀତ ସିଂ । ପୂର୍ବରୁ ଦର୍ଶକ ଦେଖିନଥିବା ଏକ ନିଆରା ଚରିତ୍ର ରନ୍ନି ସ୍କ୍ରିଉବାଲାରେ ସେ ନଜର ଆସିବେ । ତେବେ ଏହି ଫିଲ୍ମରେ ରକୁଲଙ୍କ ପ୍ରଥମ ଲୁକ୍‌କୁ ରିଲିଜ କରାଯାଇଥିବା ବେଳେ ଏହା ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଫିଲ୍ମଟି ଏକ ସାମାଜିକ ପାରିବାରିକ କମେଡ଼ି ଫିଲ୍ମ । ଏହି ଫିଲ୍ମରେ ହରିୟାଣାର ଛୋଟ ସହର କରନାଲର ଜଣେ ବେରୋଜଗାର ମହିଳାଙ୍କ କାହାଣୀ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଯିଏକି ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିବା ପରେ ମଧ୍ୟ ବେରୋଜଗାର ରହିଛନ୍ତି । ଚାକିରି ନ ମିଳିବାରୁ ସେ ଜଣେ ନିରୋଧକ ଟେଷ୍ଟର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

ଏହି ଫିଲ୍ମକୁ ନେଇ ନିର୍ଦ୍ଦେଶକ ତେଜସ୍ୟ ବିଜୟ ଦେବସ୍କର କହିଛନ୍ତି ଯେ ଫିଲ୍ମଟି ଏକ ସାମାଜିକ ପାରିବାରିକ ମନୋରଞ୍ଜନ ଫିଲ୍ମ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରେ ନିରୋଧକର ବ୍ୟବହାରକୁ ନେଇ ରହିଥିବା ନକରାତ୍ମକତାକୁ ହଟାଇବା । ତେବେ ଫିଲ୍ମର ପ୍ରଥମ ଲୁକ୍‌ ରିଲିଜ ହେବା ପରେ ଏହାକୁ ନେଇ ଦର୍ଶକ ଖୁବ ଉତ୍ସାହିତ ରହିଛନ୍ତି ।

ସେପଟେ ଅଭିନେତ୍ରୀ ରକୁଲ ମଧ୍ୟ ଫିଲ୍ମକୁ ନେଇ ଉତ୍ସାହିତ ରହିଛନ୍ତି । ସେ କହିଛନ୍ତି ଯେ, "ଏହି ଫିଲ୍ମଟି ଏକ ଆଗ୍ରହପୂର୍ଣ୍ଣ ଫିଲ୍ମ ଓ ଏକ ଭିନ୍ନ ବିଷୟ । ମୁଁ ମୋ ଚରିତ୍ରର ଯାତ୍ରା ଆରମ୍ଭ କରିଥିବାରୁ ବହୁତ ଖୁସି ଅଛି । କିଛି ଘଟଣାକୁ ସାଧାରଣ ଭାବରେ ଲୋକଙ୍କୁ ଏହାର ମହତ୍ତ୍ବ ବୁଝାଇବା ଆବଶ୍ୟକ । ଆଉ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ମୋତେ ସୁଯୋଗ ମିଳିଲା ।" ଫିଲ୍ମକୁ ନେଇ ସେ ବହୁତ ଉତ୍ସାହିତ ବୋଲି ମଧ୍ୟ କହିଛନ୍ତି ।

ତେବେ ସୂଚନା ଥାଉ କି ରାକୁଲ ନିକଟରେ Netflix ଫିଲ୍ମ 'ସର୍ଦ୍ଦାର କା ଗ୍ରାଣ୍ଡସନ'ରେ ନଜର ଆସିଥିଲେ । ଏଥିରେ ତାଙ୍କ ସହିତ ବଲିଉଡ଼ ଅଭିନେତା ଅର୍ଜୁନ କପୁର ନଜର ଆସିଥିଲେ । ସେ ଆଗକୁ ଅଜୟ ଦେବଗନଙ୍କ ନିର୍ଦ୍ଦେଶିତ ଫିଲ୍ମ 'Mayday' ଓ କ୍ୟାମ୍ପସ କମେଡ଼ି-ଡ୍ରାମା 'ଡକ୍ଟର ଜି'ରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ନିଜର ଆସିବେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.