ETV Bharat / sitara

ଲକଡାଉନ ସମୟରେ ସପ୍ତାହରେ ତିନିଥର ସୂର୍ଯ୍ୟ ନମସ୍କାର କରୁଛନ୍ତି ରକୁଲ - rakul preet

ଅଭିନେତ୍ରୀ ରକୁଲ ପ୍ରୀତ ସିଂ ସୂର୍ଯ୍ୟ ନମସ୍କାର କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି । ଏଥିସହ ରକୁଲ କହିଛନ୍ତି ଆଜିକାଲି ସେ ସପ୍ତାହରେ ଦୁଇରୁ ତିନିଥର ସୂର୍ଯ୍ୟ ନମସ୍କାର କରୁଛନ୍ତି । ଅଧିକ ପଢନ୍ତୁ...

rakul preet does 108 surya namaskars thrice a week
ଲକଡାଉନ ସମୟରେ ସପ୍ତାହରେ ତିନିଥର ସୂର୍ଯ୍ୟ ନମସ୍କାର କରୁଛନ୍ତି ରକୁଲ
author img

By

Published : May 23, 2020, 5:17 PM IST

ମୁମ୍ବାଇ: କରୋନାଭାଇରସ କାରଣରୁ ଚାଲିଥିବା ଲକଡାଉନରେ ସମସ୍ତ ସେଲିବ୍ରିଟିମାନେ ଘରେ ଯୋଗ କରି ନିଜ ଫିଟନେସର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି । ଏହି ସମୟରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ କହିଛନ୍ତି ଆଜିକାଲି ସେ ସପ୍ତାହରେ ଦୁଇରୁ ତିନିଥର ସୂର୍ଯ୍ୟ ନମସ୍କାର କରୁଛନ୍ତି ।

rakul preet does 108 surya namaskars thrice a week
ଲକଡାଉନ ସମୟରେ ସପ୍ତାହରେ ତିନିଥର ସୂର୍ଯ୍ୟ ନମସ୍କାର କରୁଛନ୍ତି ରକୁଲ

ରକୁଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସୂର୍ଯ୍ୟ ନମସ୍କାର କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓର କ୍ୟାପସନରେ ରକୁଲ ଲେଖିଛନ୍ତି, ଏହି ଲକଡାଉନ ମୋତେ ସପ୍ତାହରେ ଅତି କମରେ 2 ରୁ 3 ଥର 108 ସୂର୍ଯ୍ୟ ନମସ୍କାର କରିବାକୁ ପ୍ରେରଣା ଦେଇଛି । ସୂର୍ଯ୍ୟ ନମସ୍କାର କରିବା ଦ୍ବାରା ଶରୀରରେ ଏକ ଉର୍ଜା ଉତ୍ପନ୍ନ ହୁଏ ଯାହା ଭୂତାଣୁ ପ୍ରବେଶ କରିବାରେ ବାଧା ଦେଇଥାଏ । ଏହା ଆମକୁ ସୁସ୍ଥ ଏବଂ ନିରୋଗ ରଖିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ମନ ଏବଂ ଶରୀର ଶାନ୍ତ ମନେହୁଏ ।

ନିକଟରେ ରକୁଲ ଇନଷ୍ଟାଗ୍ରାମରେ ତାଙ୍କର କିଛି ପୁରୁଣା ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ଯୋଗ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି ।

ପ୍ରକାଶ ଥାଉ କି, ରକୁଲ ଖୁବ ଶୀଘ୍ର ଏକ କମେଡି ଚଳଚ୍ଚିତ୍ରରେ ଅର୍ଜୁନ କପୁରଙ୍କ ସହ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି କାଶି ନାୟାର ଏବଂ ନିର୍ମାତା ହେଉଛନ୍ତି ଜନ ଆବ୍ରାହମ, ନିଖିଲ ଆଡଭାନୀ ଏବଂ ଭୂଷଣ କୁମାର।

ଏଥିସହ ରକୁଲଙ୍କୁ, କମଲ ହାସନଙ୍କ ପ୍ରୋଜେକ୍ଟ ଇଣ୍ଡିଆନ 2 ରେ ଦେଖିବାକୁ ମିଳିବ, ଯେଉଁଥିରେ କାଜଲ ଅଗ୍ରୱାଲ ଏବଂ ବିଦ୍ୟୁତ ଜାମୱାଲ ମଧ୍ୟ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.