ETV Bharat / sitara

ପାକିସ୍ତାନ ପତାକା ଗୁଡାଇ ଅଡୁଆରେ ରାକ୍ଷୀ

କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସବୁବେଳେ ବିବାଦରେ ଘେରରେ ରହିଥାଆନ୍ତି । ଏଥର ନିଜ ଫଟୋକୁ ନେଇ ଫସି ଯାଇଛନ୍ତି ରାକ୍ଷୀ । ଫ୍ୟାନ୍ସ ତାଙ୍କୁ ଟ୍ରୋଲ କରି ଦେଶଦ୍ରୋହୀ ସହ ତୁଳନା କରିଛନ୍ତି ।

author img

By

Published : May 9, 2019, 7:55 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରାକ୍ଷୀ ସାୱନ୍ତ

ନୂଆଦିଲ୍ଲୀ: ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱାନ୍ତ ପୁଣି ଚର୍ଚ୍ଚାରେ । ରାକ୍ଷୀଙ୍କ କିଛି ଫଟୋକୁ ନେଇ ୟୁଜର୍ସ ଟ୍ରୋଲ କରିବାରେ ଲାଗିପଡିଛନ୍ତି । ସେ ଫିଲ୍ମ 'ଧାରା 370'ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସେ ଜଣେ ପାକିସ୍ତାନୀ ଝିଅ ଭୂମିକାରେ ଅଭନୟ କରୁଛନ୍ତି ।

ଇତିମଧ୍ୟରେ ସେ ପାକିସ୍ତାନର ଜାତୀୟ ପତକା ଦେହରେ ଗୁଡାଇ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋ ଭାଇରାଲ ହେବା ମାତ୍ରେ ୟୁଜର୍ସ ରାକ୍ଷୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଖାଲି ଏତିକି ନୁହେଁ ରାକ୍ଷୀଙ୍କୁ କେବଳ ଭାରତୀୟ ନୁହେଁ ବରଂ ପାକିସ୍ତାନୀ ୟୁଜର୍ସ ମଧ୍ୟ ଟ୍ରୋଲ କରୁଛନ୍ତି ।

ଯେଉଁଠାରେ ଭାରତର ଇନଷ୍ଟାଗ୍ରାମ ୟୁଜର୍ସ ଲେଖିଛନ୍ତି, "ଦୁନିଆର ସବୁଠାରୁ ଭଲ ଟଏଲେଟ ପେପର ସହ ଫଟୋ ଉଠାଇଛ ।" ସେହିଠାରେ ପାକିସ୍ତାନୀ ୟୁଜର୍ସ ଲେଖିଛନ୍ତି, "ଆମ ଫ୍ଲାଗରୁ ଦୂରେଇ ରୁହ ।" ଅନ୍ୟପଟେ ଦେଶର ୟୁଜର୍ସ ରାକ୍ଷୀଙ୍କୁ ଦେଶଦ୍ରୋହୀ ମଧ୍ୟ କହିଛନ୍ତି ।

ରାକ୍ଷୀ ନିଜ ଫଟୋ ଉପରେ ବୟାନ ଦେଇ କହିଛନ୍ତି ଯେ ସେ ଫିଲ୍ମରେ ପାକିସ୍ତାନୀ ଝିଅ ଭୂମିକାରେ ଅଭିନୟ କରୁଛନ୍ତି । ତେଣୁ ସେ କିଛି ସିନର ଫଟୋ ସେୟାର କରିଛନ୍ତି । ଯାହା ତାଙ୍କ ଅନୁଯାୟୀ ଭୁଲ ନୁହେଁ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.