ମୁମ୍ବାଇ: ଆପଣ ତାଙ୍କୁ ଭଲପାଆନ୍ତୁ କି ଘୃଣା କରୁନ୍ତୁ, କିନ୍ତୁ କଣ୍ଟ୍ରୋଭର୍ସି କଥା ଆସିଲେ ଆପଣ ତାଙ୍କୁ ଅର୍ଥାତ୍ ରାକ୍ଷୀ ସାୱନ୍ତଙ୍କୁ ଇଗ୍ନୋର କରିପାରିବେନି । ଏବେ ପୁଣି ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାଲେ କଣ୍ଟ୍ରୋଭର୍ସିଆଲ ଗାର୍ଲ ରାକ୍ଷୀ । ବଲିଉଡ ଅଭିନେତା ଆମୀର ଖାନ୍ କିରଣ ରାଓଙ୍କୁ ଛାଡପତ୍ର ଦେବା ପରେ ରାକ୍ଷୀ ତାଙ୍କୁ ବିବାହର ଅଫର୍ ଦେଇଛନ୍ତି !
ସୂଚନା ଅନୁଯାୟୀ ଗତକାଲି(ଶନିବାର) ଆମୀର ଖାନ୍ ତାଙ୍କ ପତ୍ନୀ କିରଣ ରାଓଙ୍କ ସହ 15 ବର୍ଷର ବୈବାହକ ବନ୍ଧନରୁ ବିଚ୍ଛେଦ ହୋଇଛନ୍ତି । ଉଭୟ ଅଲଗା ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଆମିର ଓ କିରଣ ଏକ ଜଏଣ୍ଟ ଷ୍ଟେଟମେଣ୍ଟ ଦେଇ ନିଜ ବିଚ୍ଛେଦ ସମ୍ପର୍କରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ଛାଡ଼ପତ୍ର ଜୀବନର ଶେଷ ନୁହେଁ ବରଂ ଏକ ନୂଆ ଅଧ୍ୟାୟର ଆରମ୍ଭ ବୋଲି ଉଭୟ କହିଛନ୍ତି । ଷ୍ଟେଟମେଣ୍ଟରେ ଲେଖାଯାଇଛି ଯେ 15 ବର୍ଷର ସମ୍ପର୍କ ମଧ୍ୟରେ ଉଭୟ ଖୁସି ଓ ସୁନ୍ଦର ଅନୁଭୂତି ବାଣ୍ଟିଛନ୍ତି । ସେମାନଙ୍କର ସମ୍ପର୍କ କେବଳ ବିଶ୍ବାସ, ସମ୍ମାନ ଓ ଭଲ ପାଇବାରେ ଆଗେଇଥିଲା । ତେବେ ଏହି ସମ୍ପର୍କକୁ ସେ ଶେଷ କରି ନିଜ ଜୀବନରେ ଆଗେଇବାକୁ ଚାହୁଁଛନ୍ତି । ପତି ପତ୍ନୀ ଆକାରରେ ନୁହେଁ ବରଂ ତାଙ୍କ ସନ୍ତାନଙ୍କ ପିତାମାତା ଓ ପରିବାର ଭାବେ ଜୀବନ ବିତାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ତେବେ ଆମୀରଙ୍କ ଏପରି ନିଷ୍ପତ୍ତି ପରେ ବଲିଉଡ ଆଇଟମ୍ ଗାର୍ଲ ରାକ୍ଷୀ ସାୱନ୍ତ ତାଙ୍କୁ ବିବାହ ଅଫର୍ ଦେଇଛନ୍ତି । ରାକ୍ଷୀ କହିଛନ୍ତି ଯେ, 'ଆମୀର ଜି ମେଁ କୂଆଁରୀ ହୁଁ , ଆପ୍ ମେରେ ୱାରେ ମେଁ କ୍ୟା ସୋଚତେ ହେଁ !'