ETV Bharat / sitara

ଅପେକ୍ଷା କରିପାରୁନାହାଁନ୍ତି ରାଜକୁମାର...

author img

By

Published : Sep 24, 2019, 7:47 PM IST

Updated : Sep 27, 2019, 6:11 PM IST

ୱେବସିରିଜ ମୁହାଁ ପ୍ରିୟଙ୍କା ଚୋପ୍ରା ଓ ରାଜକୁମାର ରାଓ । ନେଟଫ୍ଲିକ୍ସର ଆଗାମୀ ଫିଲ୍ମ ‘ଦ ହ୍ବାଇଟ ଟାଇଗର’ରେ ପ୍ରଥମଥର ନଜର ଆସିବେ ଏହି ଯୋଡି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜକୁମାର ରାଓ

ମୁମ୍ବାଇ: ରାଜକୁମାର ରାଓ ନିଜର ଅପକମିଂ ଫିଲ୍ମ ‘ମେଡ ଇନ ଚାଇନା’କୁ ନେଇ ଚର୍ଚ୍ଚାରେ । ଫିଲ୍ମଟି ଅକ୍ଟୋବର 25ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ପ୍ରଥମଥର ଚର୍ଚ୍ଚିତ ଅଭିନେତ୍ରୀ ମୌନୀ ରାୟ ଏହି ଫିଲ୍ମରେ ରାଜକୁମାରଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ଇତିମଧ୍ୟରେ ଲାଗୁଛି କି ରାଜକୁମାର ଆଉ ଅପେକ୍ଷା କରିପାରୁନାହାଁନ୍ତି ନିଜର ଆଗାମୀ ପ୍ରୋଜେକ୍ଟକୁ ନେଇ । କାରଣ ସେ ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ କାମ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଉତ୍ସାହିତ ସେ।

photo
ଫଟୋ ସୌଜନ୍ୟ: ଟ୍ବିଟର@ରାଜକୁମାର ରାଓ

ଖୁବଶୀଘ୍ର ରାଜକୁମାର ଓ ପ୍ରିୟଙ୍କା ଫେମସ ଉପନ୍ୟାସ ‘ଦ ହ୍ବାଇଟ ଟାଇଗର’ରେ କାମ କରିବାକୁ ଯାଉଛନ୍ତି । ଏହି ଅବସରରେ ‘ନ୍ୟୁଟନ’ ଆକ୍ଟର ରାଜକୁମାର ଟ୍ବିଟରରେ ପ୍ରିୟଙ୍କା ଏବଂ କ୍ରୁ ମେମ୍ବରଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ଆଉ ଅପେକ୍ଷା କରିପାରୁନାହିଁ ଦ ହ୍ବାଇଟ ଟାଇଗର ଏବଂ ଟ୍ୟାଲେଣ୍ଟଟେଡ ଲୋକଙ୍କ ସହ କାମ କରିବାକୁ ।’

ରାଜକୁମାର ପୋଷ୍ଟ କରିଥିବା ଗୋଟିଏ ଫଟୋରେ ସେ ପ୍ରିୟଙ୍କ ସହ ନଜର ଆସୁଥିବା ବେଳେ ଆଉ ଏକ ଫଟୋରେ ସେ ଫିଲ୍ମ ନିର୍ଦ୍ଦେଶକ ରାମିନ ବାହରାନି ଓ ପ୍ରଯୋଜକ ମୁକୁଲ ଦେଓରାଙ୍କ ସହ ଦେଖାଯାଉଛନ୍ତି । ‘ଦ ହ୍ବାଇଟ ଟାଇଗର’ରେ ରାଜକୁମାର ଓ ପିସିଙ୍କ ବ୍ୟତୀତ ନ୍ୟୁକମର ଆଦରାଶ ଗୌରବ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ । ଏହି ଫିଲ୍ମଟି ଅକ୍ଟୋବରରେ ଭାରତର ନେଟଫ୍ଲିକ୍ସରେ ପ୍ରସାରଣ ହେବ ।

‘ଦ ହ୍ବାଇଟ ଟାଇଗର’ ଉପନ୍ୟାସକୁ ଲେଖିଛନ୍ତି ଅରବିନ୍ଦ ଅଦିଗା । ଯିଏ ନିଜ ଗାଁରେ ଏକ ଛୋଟ ଚା' ଦୋକାନରୁ ଜୀବିକା ଆରମ୍ଭ କରିଥିଲେ । ଯାହା ପରେ ସେ ବଡ ସହରରେ ଜଣେ ପପୁଲାର ବିଜନେସମ୍ୟାନ ରୂପେ ନିଜ ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇଥିଲେ । ମୁକୁଲଙ୍କ ବ୍ୟତୀତ ଏହି ଫିଲ୍ମର ପ୍ରଯୋଜନା କରିବେ ପ୍ରିୟଙ୍କା ।

Intro:Body:

prabhu

Conclusion:
Last Updated : Sep 27, 2019, 6:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.