ETV Bharat / sitara

ଟଙ୍କା ନୁହେଁ, କାହାଣୀ ଦେଖନ୍ତି ରାଜକୁମାର

ଭଲ କାହାଣୀକୁ ନେଇ ଫିଲ୍ମ ଚୟନ କରନ୍ତି ଅଭିନେତା ରାଜକୁମାର ରାଓ । ସେ ଟଙ୍କା ପାଇଁ ନୁହେଁ ଫିଲ୍ମ ଶାନଦାର କରିବା ଉପରେ ବିଶ୍ବାସ କରନ୍ତି ବୋଲି କହିଛନ୍ତି ଏକ ସାକ୍ଷାତକାରରେ ।

author img

By

Published : May 10, 2019, 4:27 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରାଜକୁମାର

ମୁମ୍ବାଇ: 'ସ୍ତ୍ରୀ' ଅଭିନେତା ରାଜକୁମାର ବର୍ତ୍ତମାନ ସଫଳତା ଦେଇ ଗତି କରୁଛନ୍ତି । ଏବେ ତାଙ୍କ ଫ୍ୟାନ ଫଲୋଇଂ ସଂଖ୍ୟା ମଧ୍ୟ ଧୀରେଧୀରେ ବଢିବାରେ ଲାଗିଛି । ଇତିମଧ୍ୟରେ ସେ କହିଛନ୍ତି କି ତାଙ୍କ ଲକ୍ଷ ହେଲା କେବଳ ଟଙ୍କା ନୁହେଁ ବରଂ କାହାଣୀକୁ ଅଧିକ ଗୁରୁତ୍ବ ଦେବା । ସେ ଯେକୌଣସି ପ୍ରୋଜେକ୍ଟକୁ ତାହାର କଣ୍ଟେଣ୍ଟ ପାଇଁ ହିଁ ଚୟନ କରିଥାଆନ୍ତି ।

କଲର୍ସ ଇଫିନିଟି ଚ୍ୟାନେଲରେ ପ୍ରସାରିତ ହୋଇଥିବା ଶୋ 'ବିଏଫଏଫସ ୱିଥ ଭୋଗ' ସିଜନ-3ରେ ରାଜକୁମାର ଅଭିନେତା ଈଶାନ ଖଟ୍ଟରଙ୍କ ସହ ପହଞ୍ଚିଥିଲେ । ଏହି ଅବସରରେ ସେ ଫିଲ୍ମକୁ ନେଇ ନିଜ ଫଣ୍ଡା ବିଷୟରେ ଖୁଲାସା କରିଥିବାର ନଜର ଆସିଥିଲେ ।

ଶୋର ହୋଷ୍ଟ ଅର୍ଥାତ୍ ଅଭିନେତ୍ରୀ ନେହା ଧୂପିୟା ତାଙ୍କୁ ପ୍ରଶ୍ନ କରିଥିଲେ କି ଗୋଟିଏ ଫିଲ୍ମର ସଫଳତା ପରେ ଆପଣଙ୍କ ମଧ୍ୟରେ କଣ ପରିବର୍ତ୍ତନ ଆସିଛି । ଏହାର ଜବାବରେ ରାଜକୁମାର କହିଥିଲେ କି ତାଙ୍କ ଭିତରେ କିଛି ପରିବର୍ତ୍ତନ ହୋଇନାହିଁ । ତାଙ୍କ ପାଇଁ ସବୁବେଳେ ଫିଲ୍ମ ଏବଂ କାହାଣୀ ମହତ୍ବପୂର୍ଣ୍ଣ । ପରିବର୍ତ୍ତନ କେବଳ ଏତିକି ହୋଇଛି ଯେ ଏବେ ସେ ବଡ ନିର୍ମାତାଙ୍କ ସହ କାମ କରୁଛନ୍ତି ଏବଂ ବିଗ ବଜେଟ ଫିଲ୍ମର ଅଂଶ ମଧ୍ୟ ହେବାରେ ଲାଗିଛନ୍ତି ।

ଏହା ବ୍ୟତୀତ ତାଙ୍କ ଜୀବନରେ କିଛି ପରିବର୍ତ୍ତନ ହୋଇନାହିଁ । ଫିଲ୍ମ 'ଟ୍ରାପ୍ଡ' ପାଇଁ ତାଙ୍କୁ ଟଙ୍କା ମିଳିନଥିଲା । ତାଙ୍କ ପାଇଁ ଟଙ୍କା କେବେ ଅଧିକ ମହତ୍ବ ରଖେ ନାହିଁ । ଫିଲ୍ମର କାହାଣୀ ଅଧିକ ମହତ୍ବ ରଖେ । ଯେତେବେଳେ ଆପଣଙ୍କ ଫିଲ୍ମ ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ କରେ ତେବେ ଖୁବ୍ ଖୁସି ଅନୁଭବ ହୁଏ ବୋଲି କହିଛନ୍ତି ରାଜକୁମାର ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.