ETV Bharat / sitara

ଘୁଞ୍ଚିଲା ରାଜକୁମାରଙ୍କ ‘ଛଲାଙ୍ଗ’ ରିଲିଜ ତାରିଖ

author img

By

Published : Feb 14, 2020, 3:29 AM IST

ଜୁନ 12ରେ ରିଲିଜ ହେବ ନୁସରତ ଓ ରାଜକୁମାର ରାଓଙ୍କ ଆଗାମୀ ଫିଲ୍ମ ‘ଛଲାଙ୍ଗ’। ପୂର୍ବରୁ ଫିଲ୍ମର ଟାଇଟଲ ପରିବର୍ତ୍ତନ କରି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ମେକର୍ସ । ଆଉ ଏବେ ଫିଲ୍ମର ରିଲିଜ ତାରିଖ ମଧ୍ୟ ବଦଳାଇ ଦିଆଯାଇଛି ।

ajkummar rao
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: ଫେମସ ରାଜକୁମାର ରାଓଙ୍କ ଅପକମିଂ ଫିଲ୍ମ ‘ଛଲାଙ୍ଗ’ରେ ଅନେକ ପରିବର୍ତ୍ତନ କିଛିଦିନ ହେବ ଦେଖିବାକୁ ମିଳୁଛି । ପ୍ରଥମେ ଫିଲ୍ମର ନାମ ‘ତୁର୍ରମ ଖାନ’ ବଦଳାଇ ‘ଛଲାଙ୍ଗ’ ରଖାଯାଇଥିଲା। ଏହାପରେ ଏବେ ଫିଲ୍ମର ରିଲିଜ ତାରିଖକୁ ମଧ୍ୟ ପରିବର୍ତ୍ତନ କରିଦେଇଛନ୍ତି ମେକର୍ସ। ପୂର୍ବରୁ ଫିଲ୍ମକୁ ଜାନୁଆରୀରେ ରିଲିଜ ହେବାର ଥିଲା । ହେଲେ ଦର୍ଶକଙ୍କୁ ଆଉ କିଛି ମାସ ଅପେକ୍ଷା କରିବାକୁ ପଡିବ। କାରଣ ଫିଲ୍ମ ଜୁନ ମାସରେ ରିଲିଜ ହେବାକୁ ଯାଉଛି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ଦର୍ଶକଙ୍କୁ ଫିଲ୍ମର ନୂଆ ରିଲିଜ ତାରିଖ ବିଷୟରେ ସୂଚନା ଦେଇଛନ୍ତି । ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ରାଜକୁମାର ରାଓ ଓ ନୁସରତ ଭରୁଚାଙ୍କ ଫିଲ୍ମ ଛଲାଙ୍ଗର ନୂଆ ପୋଷ୍ଟର ଓ ନୂଆ ରିଲିଜ ତାରିଖ ସାମ୍ନାକୁ ଆସିଯାଇଛି । ଏବେ ଫିଲ୍ମଟି ଜୁନ 12ରେ ରିଲିଜ ହେବାକୁ ଯାଉଛି ।’

ପ୍ରକାଶ ଥାଉକି ଛଲାଙ୍ଗର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ହଂସଲ ମେହତା । ସେହିପରି ଫିଲ୍ମର ପ୍ରଯୋଜନା ଅଜୟ ଦେବଗନ, ଲଭ ରଞ୍ଜନ ଓ ଅଙ୍କୁର ଗର୍ଗ ମିଶି କରୁଛନ୍ତି । ଟି-ସିରିଜ ଦ୍ବାରା ପ୍ରସ୍ତୁତ ଏହି ଫିଲ୍ମରେ ମହମ୍ମଦ ଜୀଶାନ ଆୟୁବ ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ ।

ହଂସଲଙ୍କ ସହ ରାଜକୁମାର ଷଷ୍ଠ ଫିଲ୍ମ । ଏହି ଯୋଡି ‘ଶାହିଦ’, ‘ସିଟି ଲାଇଟ୍ସ’, ‘ଅଲିଗଢ’, ‘ଓମୋର୍ଟା’ ଓ ୱେବ ସିରିଜ ‘ବୋସ: ଡେଡ/ଅଲାଇଭ’ ଭଳି ପ୍ରୋଜେକ୍ଟରେ କାମ କରିସାରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.