ମୁମ୍ବାଇ: ପପୁଲାର ଅଭିନେତା ରାଜକୁମାର ରାଓଙ୍କ ପରିବାରରେ ଖେଳି ଯାଇଛି ଦୁଃଖର ଛାୟା । କାରଣ ଗୁରୁବାର ତାଙ୍କ ପିତା ସତ୍ୟପାଲ ଯାଦବ 60 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ।
ପ୍ରକାଶ ଥାଉକି ସତ୍ୟପାଲଙ୍କୁ ପାଖାପଖି 17 ଦିନ ହେବ ମେଦାନ୍ତ ମେଡିକାଲରେ ଅସୁସ୍ଥ କାରଣରୁ ଭର୍ତ୍ତି କରାଯାଇଥିଲା । ଆଉ ସେ ଗୁରୁବାର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।
ତାଙ୍କର ଅନ୍ତିମ ସଂସ୍କାର ମଦନପୁରୀ ଶ୍ମାଶାନ ଘାଟରେ ଆଜି(ଶୁକ୍ରବାର) 10 ଘଟିକା ସମୟରେ ସମ୍ପକୀୟ ଏବଂ ବନ୍ଧୁବାନ୍ଧବଙ୍କ ଗହଣରେ କରାଯାଇଥିଲା ।