ETV Bharat / sitara

ରିୟଲ ଲାଇଫରେ ରଜନୀଙ୍କ ଜବରଦସ୍ତ ଷ୍ଟଣ୍ଟ, ଭାଇରାଲ ଭିଡିଓ

author img

By

Published : Mar 10, 2020, 11:34 PM IST

ବିୟର ଗ୍ରିଲ୍ସ ଏବେ ନିଜ ଶୋ ‘ଇଣ୍ଟୁ ଦ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସ’ର ନୂଆ ପ୍ରୋମୋ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଦମଦାର ଷ୍ଟଣ୍ଟ କରୁଥିବାର ନଜର ଆସିଛନ୍ତି ଥଲାଇଭା ରଜନୀକାନ୍ତ।

rajinikanth
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିୟ ଗ୍ରିଲ୍ସ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତ ସବୁବେଳେ ନିଜ ବିନ୍ଦାସ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସିନେମା ସ୍କ୍ରିନରେ ଆସିବା ମାତ୍ରେ ତାଙ୍କ ଚଷମା ଲଗାଇବାଠୁ ନେଇ ତାଙ୍କ ଷ୍ଟାଇଲରେ ତାଳି ବଜାଇ ଉଠନ୍ତି ଦର୍ଶକ। ଷ୍ଟଣ୍ଟ ମାମଲାରେ ରଜନୀଙ୍କ ସହ ମୁକାବିଲା କରିପାରନ୍ତି ନାହିଁ କେହି। ଇତିମଧ୍ୟରେ ତାଙ୍କର ଏମିତି ଏକ ଭିଡିଓ ଆସିଛି। ଯେଉଁଥିରେ ସେ ପୁଣିଥରେ ନିଜ ଷ୍ଟାଇଲରେ ନଜର ଆସୁଛନ୍ତି। ହେଲେ ଏହା ରିଲ ଲାଇଫ ଭିଡିଓ ନୁହେଁ ରିୟଲ ଲାଇଫ ଭିଡିଓ।

ଭିଡିଓ ସୌଜନ୍ୟ: ଟ୍ବିଟର@ବିୟର ଗ୍ରିଲ୍ସ

‘ଇଣ୍ଟୁ ଦ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସ’ରୁ ରଜନୀକାନ୍ତଙ୍କ ପ୍ରୋମୋ ଭିଡିଓ ରିଲିଜ ହୋଇଯାଇଛି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଡିସକଭରି ଚ୍ୟାନେଲର ପପୁଲାର ଶୋ ‘ମ୍ୟାନ ଭସେସ ୱାଇଲ୍ଡ’ର ହୋଷ୍ଟ ବିୟର ଗ୍ରିଲ୍ସ ଏହି ପ୍ରୋମୋକୁ ରିଲିଜ କରିଛନ୍ତି। ଭିଡିଓରେ ସୁପରଷ୍ଟାରଙ୍କ ଦମଦାର ଅନ୍ଦାଜ ଦେଖିବାକୁ ମିଳୁଛି ।

ଏହି ପ୍ରୋମୋକୁ ଟ୍ବିଟରରେ ସେୟାର କରି ଗ୍ରିଲ୍ସ କ୍ୟାପସନରେ ଲେଖିଛନ୍ତି, ‘ସୁପରଷ୍ଟାର ରଜନୀକାନ୍ତଙ୍କ ସକାରାତ୍ମକତା କଥା ଏବଂ କେବେ ହାର ମାନୁନଥିବା ଭାବନା ଜଙ୍ଗଲରେ ମଧ୍ୟ ଦେଖିବାକୁ ମିଳିଛି। ସେ ସବୁ ଚ୍ୟାଲେଞ୍ଜକୁ ଖୁସି ଖୁସିରେ ଗ୍ରହଣ କରୁଛନ୍ତି। ଦେଖନ୍ତୁ 23 ତାରିଖ ରାତି 8ଟାରେ ଇଣ୍ଟୁ ଦ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.