ETV Bharat / sitara

ଅମିତାଭଙ୍କ ପରାର୍ମଶ ମାନିନଥିଲେ ରଜନୀ

ଦୁଇ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ରଜନୀକାନ୍ତ ପରସ୍ପରର ଭଲ ବନ୍ଧୁ । ହେଲେ ବନ୍ଧୁଙ୍କ ଗୋଟିଏ ପରାର୍ମଶ ମାନି ନାହିଁନ୍ତି ରଜନୀ । ଯାହାର ଖୁଲାସା ସେ କରିଛନ୍ତି ।

amitabh bachchan and rajinikanth
ଡିଜାଇନ ଫଟୋ
author img

By

Published : Jan 2, 2020, 5:31 PM IST

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଦୋସ୍ତି ଅବା କାହାକୁ ଅଛପା । ଦୀର୍ଘ ସମୟରୁ ଏହି ଦୁଇଜଣ ପରସ୍ପର ଭଲ ବନ୍ଧୁ ରହିଆସୁଛନ୍ତି । ହେଲେ ଆଶ୍ଚର୍ଯ୍ୟକର କଥା ହେଲା କି ଏହି ଦୁଇ ଷ୍ଟାର ପରସ୍ପର ପରାର୍ମଶ ଶୁଣନ୍ତି ସତ କିନ୍ତୁ କେବେ ମାନନ୍ତି ନାହିଁ । ଏହି କଥାର ଖୁଲାସା ନିଜେ ରଜନୀକାନ୍ତ ନିକଟରେ ଦେଇଥିବା ଏକ ସାକ୍ଷାତକାର କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

କଥାଟି ହେଲା କି ରଜନୀଙ୍କ ଅପକମିଂ ଫିଲ୍ମ ‘ଦରବାର’ ପ୍ରମୋଶନ ଇଭେଣ୍ଟରେ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ ଆପଣଙ୍କୁ ଫ୍ୟାନ୍ସ ଥଲାଇବା କହୁଛନ୍ତି । ହେଲେ ଆପଣ ବାସ୍ତବରେ କାହାକୁ ତୁମର ଥଲାଇବା ମାନୁଛ । ଆଉ ଆପଣଙ୍କ ନଜରରେ ସବୁଠାରୁ ଶାନଦାର ହିରୋ କିଏ ?

ସେପଟେ ରଜନୀ ସଙ୍ଗେ ସଙ୍ଗେ ଅମିତାଭଙ୍କ ନାମ ନେଇଥିଲେ । କଥାବାର୍ତ୍ତାରେ ସେ ଆହୁରି କହିଥିଲେ ଯେ ଅମିତାଭ ତାଙ୍କ ପାଇଁ ରିଲ ଓ ରିୟଲ ଲାଇଫର ଆଦର୍ଶ । ସେ ଜଣେ ଆଦର୍ଶ ବ୍ୟକ୍ତି ହେବା ସହ ଭଲ ବନ୍ଧୁ ମଧ୍ୟ । ଆଜି ସେ ପରଦାରେ ଭଲ କମେଡି ମଧ୍ୟ କରିନେଉଛନ୍ତି । ଯାହା ସେ କେବଳ ଅମିତାଭଙ୍କ ଠାରୁ ଶିଖିଛନ୍ତି । ଅମିତାଭ ତାଙ୍କୁ ଅନେକ ଜିନିଷ ଶିଖାଇବା ସହ ଅନେକ ପରର୍ମଶ ମଧ୍ୟ ଦିଅନ୍ତି ।

ନିକଟରେ ଅମିତାଭ ତାଙ୍କୁ ତିନୋଟି ପରାମର୍ଶ ଦେଇଥିଲେ । ପ୍ରଥମେ କହିଥିଲେ ଯେ ତୁମ ବୟସ ବର୍ତ୍ତମାନ 60ରୁ ଅଧିକ ତେଣୁ ଏକ୍ସରସାଇଜ କେବେ ବନ୍ଦ କରନାହିଁ । ଆଉ ଦ୍ବିତୀୟ ପରାର୍ମଶ ଥିଲା ଯେ ସବୁବେଳେ ନିଜକୁ ବ୍ୟସ୍ତ ରଖ । ନିଜ କାମ ଉପରେ ଧ୍ୟାନ ଦେବ ଆଉ ଲୋକଙ୍କ ଉପରେ ଅଧିକ ଧ୍ୟାନ ଦେବ ନାହିଁ । ସେହିପରି ତୃତୀୟ ପରାର୍ମଶ ଦେଇ କହିଥିଲେ ଯେ ରାଜନୀତିରେ ସାମିଲ ହେବ ନାହିଁ । ଏହି ତିନୋଟି ପରାର୍ମଶ ମଧ୍ୟରେ ସେ ଦୁଇଟି ପାଳନ କରିଥିଲେ କିନ୍ତୁ ତୃତୀୟ ପରାର୍ମଶ ମାନିନଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.