ହାଇଦ୍ରାବାଦ: ହିନ୍ଦୁ ରୀତିନିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ । ଟେଲିଭିଜନ ଅଭିନେତ୍ରୀ ଚାରୁ ଅସୋପାଙ୍କୁ ବିବାହ କରିଛନ୍ତି ରାଜୀବ । ଗୋଆରେ ଉଭୟ ରାଜସ୍ଥାନୀ ଓ ବଙ୍ଗାଳୀ ରୀତିରେ ବିବାହ କରିଛନ୍ତି ।

ଦୁହିଁଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରାଜସ୍ଥାନୀ ବିବାହ ସମୟରେ ଚାରୁ ରେଡ କଲର ଲେହେଙ୍ଗାରେ ନଜର ଆସିଥିବାବେଳେ ରାଜୀବ ହ୍ବାଇଟ ସେରୱାନୀରେ ନଜର ଆସିଥିଲେ ।

ରାଜୀବଙ୍କ ଭଉଣୀ ସୁସ୍ମିତା ମଧ୍ୟ ବ୍ଲାକ କଲର ଅନାରକଲିରେ ନଜର ଆସିଥିଲେ । ତାଙ୍କ ସହ ଥିଲେ 15 ବର୍ଷ ସାନ ବୟଫ୍ରେଣ୍ଡ ରେହମାନ । ହାଲକା ମେକଅପରେ ସୁସ୍ମିତା କାଫି ସୁନ୍ଦର ଲାଗୁଥିଲେ । ବିବାହ ମଣ୍ଡପରୁ ଅନେକ ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

ପ୍ରକାଶଥାଉକି, କିଛି ଦିନତଳେ ରାଜୀବ ଓ ଚାରୁ କୋର୍ଟ ମ୍ୟାରେଜ କରିଥିଲେ । ତେବେ ଚାରୁ ଟେଲିଭିଜନରେ ଅନେକ ସିରିଏଲରେ କାମ କରିଛନ୍ତି । ତାଙ୍କୁ ମୁଖ୍ୟତଃ ‘ମେରେ ଅଙ୍ଗନେ ମେ’ରେ ପପୁଲାରିଟି ମିଳିଥିଲା ଅନ୍ୟପକ୍ଷେ ରାଜୀବ ଜଣେ ପପୁଲାର ମଡେଲ । ଦୁବାଇ ସହ ଅନେକ ଦେଶରେ ତାଙ୍କର ଗହଣା ବ୍ୟବସାୟ ରହିଛି । ନିକଟରେ ମୁମ୍ବାଇରେ ସୁସ୍ମିତାଙ୍କ ବଡ ଝିଅ ନାମରେ ‘ରେନେ’ ଗହଣା ଶୋରୁମ ଖୋଲିଛନ୍ତି ।