ଜୟପୁର: ଶୁକ୍ରବାର ରାଜସ୍ଥାନ ହାଇକୋର୍ଟ ବଲିଉଡ ନିର୍ମାତା ବୋନି କପୁରଙ୍କ ବିରୋଧରେ ଥିବା ଏକ ଏଫଆଇଆରକୁ ରଦ୍ଦ କରିବାକୁ ଆଦେଶ ଦେଇଛନ୍ତି। ତେବେ ଜୟପୁରରେ ସେଲିବ୍ରିଟି କ୍ରିକେଟ ଲିଗ କରିବା ନାମରେ 2.5 କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା।
ଜୟପୁରର ପ୍ରବୀଣ ଶ୍ୟାମ ସେଠୀ ସେଠାକାର ପ୍ରତାପନଗର ଥାନରେ ଗତ ଜୁନ 17ରେ ବୋନିଙ୍କ ସମତେ ଅନ୍ୟ ତିନି ଜଣଙ୍କ ବିରୋଧରେ ଏକ ଠକେଇ ମାମଲା ଦାଏର କରିଥିଲେ । ଯେଉଁଥିରେ ମୁସ୍ତଫା ରାଜ ଓ ପବନ ଜାଙ୍ଗିଡ଼ଙ୍କ ନାମ ମଧ୍ୟ ସାମିଲ ଥିଲା । ଏହି କେସକୁ ରଦ୍ଦ କରିବା ପାଇଁ ବୋନି ଆବେଦନ କରିଥିଲେ।
ପ୍ରକାଶ ଥାଉକି ବୋନି ନିଜ ଯାଚିକାରେ କହିଥିଲେ ଯେ ସେ ମୁସ୍ତଫାଙ୍କୁ ଜାଣିଥିଲେ । ତାଙ୍କ କହିବାରେ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ସାମିଲ ହୋଇଥିଲେ । ସେ ପ୍ରବୀଣଙ୍କ ଠାରୁ କୌଣସି ଅର୍ଥ ନେଇନାହିଁନ୍ତି । ଏହି ଯାଚିକା ଉପରେ କାର୍ଯ୍ୟନୁଷ୍ଠାନ ହେବା ପରେ ଗତ 16ରେ ନିଷ୍ପତ୍ତି ନିଆଯାଇଥିଲା । ଯାହାର ଆଗାମୀ ଶୁଣାଣି ଶୁକ୍ରବାର ହୋଇଯାଇଛି । ଏହି ଶୁଣାଣିରେ ବୋନିଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର ରଦ୍ଦ କରିବାକୁ ଆଦେଶ ଦିଆଯାଇଛି । ଅନ୍ୟପଟେ ପବନ ଓ ମୁସ୍ତଫାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଏଆଆର ରଦ୍ଦ କରିନାହାଁନ୍ତି ରାଜସ୍ଥାନ ହାଇକୋର୍ଟ ।