ETV Bharat / sitara

Raj Kundra pornography case: କାଷ୍ଟିଂ ନିର୍ଦ୍ଦେଶକଙ୍କ ସମେତ 4 ଗିରଫ

author img

By

Published : Feb 22, 2022, 10:19 PM IST

ରାଜ କୁନ୍ଦ୍ରାଙ୍କ ସହ ଜଡିତ ପର୍ଣ୍ଣୋଗ୍ରାଫି ମାମଲା (Raj Kundra pornography case) ରେ ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚ (Mumbai Police Crime Branch) ମଙ୍ଗଳବାର ଦିନ ଏକ ବଡ଼ ଧରଣର ରେଡ କରିଛି। ଭର୍ସୋଭା ଏବଂ ବୋରିଭଲି ଅଞ୍ଚଳରୁ କାଷ୍ଟିଂ ନିର୍ଦ୍ଦେଶକଙ୍କ ସମେତ 4 ଜଣଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। ଅଧିକ ପଢନ୍ତୁ

କାଷ୍ଟିଂ ନିର୍ଦ୍ଦେଶକଙ୍କ ସମେତ 4 ଜଣଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମ ବ୍ରାଞ୍ଚ

ହାଇଦ୍ରାବାଦ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ଜଡିତ ପର୍ଣ୍ଣୋଗ୍ରାଫି ମାମଲା (Raj Kundra pornography case) ରେ ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ (Mumbai Police Crime Branch) ମଙ୍ଗଳବାର ଦିନ ଏକ ବଡ଼ ଧରଣର ରେଡ କରିଛି । ମୁମ୍ବାଇର ଭର୍ସୋଭା ଏବଂ ବୋରିଭଲି ଅଞ୍ଚଳରୁ ପୋଲିସ 4 ଜଣଙ୍କୁ ଗିରଫ କରିଛି, ଯେଉଁଥିରେ ରାଜଙ୍କ କମ୍ପାନୀ ସହ ଜଡିତ ଥିବା ଜଣେ କାଷ୍ଟିଂ ନିର୍ଦ୍ଦେଶକ ବି ଅଛନ୍ତି ବୋଲି କୁହାଯାଉଛି ।

  • Raj Kundra pornography case | Four more persons including a casting director arrested, from Versova and Borivali areas, says Mumbai Police Crime Branch

    — ANI (@ANI) February 22, 2022 " class="align-text-top noRightClick twitterSection" data=" ">

ସେପ୍ଟେମ୍ବର 20ରେ ରାଜ କୁନ୍ଦ୍ରା ଏହି ମାମଲାରେ ଜାମିନ ପାଇଥିଲେ। ଏହି ମାମଲାରେ ମୁମ୍ବାଇ ପୋଲିସର କ୍ରାଇମ ଶାଖା ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ରାୟନ ଥୋର୍ପେଙ୍କ ବିରୋଧରେ 1500 ପୃଷ୍ଠାର ଚାର୍ଟସିଟ୍ ଦାଖଲ କରିଥିଲେ ଏବଂ ଅଭିଯୋଗ କରିଥିଲେ ଯେ ଉଭୟେ ଏହି ପର୍ଣ୍ଣୋଗ୍ରାଫି ର୍ୟାକେଟର ମୁଖ୍ୟ ଅଟନ୍ତି।

ପର୍ଣ୍ଣୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କୁ ଜୁଲାଇ 19 ବିଳମ୍ବିତ ରାତିରେ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଗିରଫ କରିଥିଲା। ଏହାପୂର୍ବରୁ ତାଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ପରଦିନ ଅର୍ଥାତ୍ ଜୁଲାଇ 20ରେ ରାଜଙ୍କ ଆଇଟି ସହକର୍ମୀ ରାୟନ ଥୋର୍ପେଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ରାଜକୁ ଗିରଫ କରିବା ପରେ କିଛି ହ୍ବାଟସ୍ ଆପ୍ ଚାଟ୍ ସାମ୍ନାକୁ ଆସିଥିଲା ​​ଯାହା ଦ୍ବାରା ପର୍ଣ୍ଣ ଚଳଚ୍ଚିତ୍ର ନିର୍ମାଣ ବ୍ୟବସାୟରୁ ସେ ବହୁତ ଭଲ ରୋଜଗାର କରିଥିଲେ ବୋଲି ଜଣାପଡିଥିଲା। ପୋଲିସର ସୂଚନାନୁସାରେ, ରାଜ ଏହି ଚଳଚ୍ଚିତ୍ରରୁ ପ୍ରତିଦିନ ପ୍ରାୟ 8 ଲକ୍ଷ ରୋଜଗାର କରୁଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.