ETV Bharat / sitara

ଜ୍ୟାକେଟରେ ମୁହଁ ଲୁଚାଇ ଥିଏଟରରେ ପହଞ୍ଚିଲେ ରାଜ କୁନ୍ଦ୍ରା, ହେଲେ ଟ୍ରୋଲର ଶିକାର

ରଣବୀର ସିଂ-ଉର୍ଫି ଜାଭେଦଙ୍କ ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ନିଜର ଫ୍ୟାଶନ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଅଛନ୍ତି । ରାଜ କୁନ୍ଦ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ଯେଉଁଥିପାଇଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ମଧ୍ୟ ପଡିଛି । ଅଧିକ ପଢନ୍ତୁ

ଜ୍ୟାକେଟରେ ମୁହଁ ଲୁଚାଇ ଥିଏଟରରେ ପହଞ୍ଚିଲେ ରାଜ କୁନ୍ଦ୍ରା

author img

By

Published : Mar 15, 2022, 10:37 AM IST

ହାଇଦ୍ରାବାଦ: ନେମ୍‌, ଫେମ୍‌ ଏବଂ ଗ୍ଲାମର ପାଇଁ ଜଣାଶୁଣା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଫ୍ୟାଶନ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଫ୍ୟାଶନର ବଢୁଥିବା କ୍ରେଜ୍ ମଧ୍ୟରେ, ଗ୍ଲାମର ଦୁନିଆରେ ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନେ ସେମାନଙ୍କର ଅତରଙ୍ଗି ଷ୍ଟାଇଲ୍ ପାଇଁ ଜଣାଶୁଣା । ରଣବୀର ସିଂଙ୍କ ଠାରୁ ଉର୍ଫି ଜାଭେଦ ପର୍ଯ୍ୟନ୍ତ ସେ ତାଙ୍କର ଅଜବ ଡ୍ରେସିଂ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଥାନ୍ତି । ଏହି ସମୟରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ମଧ୍ୟ ଏହିପରି ଏକ ଫ୍ୟାଶନ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାଜ କୁନ୍ଦ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ରାଜ କୁନ୍ଦ୍ରା କଳା ଜ୍ୟାକେଟ ପିନ୍ଧିଥିବାର ନଜର ଆସିଛନ୍ତି । ଏହା ସହିତ ରାଜ ମଧ୍ୟ ଚଷମା ପିନ୍ଧିଥିବାର ନଜର ଆସିଛନ୍ତି । କିନ୍ତୁ ଖାସ କଥାଟି ହେଲା, ସେ ଏହି ଜ୍ୟାକେଟରେ ନିଜର ପୂରା ଚେହେରାକୁ ଘୋଡାଇ ରଖିଛନ୍ତି, ଯେଉଁଥିପାଇଁ ତାଙ୍କ ଚେହେରାକୁ କେହି ଦେଖିପାରିନଥିଲେ । ଭିଡିଓରେ ତାଙ୍କୁ ରାଜ କୁନ୍ଦ୍ରା ବୋଲି ଚିହ୍ନିବା କଷ୍ଟକର । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଉଛି ।

ରାଜ କୁନ୍ଦ୍ରାଙ୍କ ଏହି ଭିଡିଓ ବିରଲ ଭୟାନୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରିଛନ୍ତି। ଭିଡିଓ ଦେଖିବା ପରେ ନେଟେନିଜେନ୍ସମାନେ ପୁଣିଥରେ ରାଜ କୁନ୍ଦ୍ରା ଏବଂ ତାଙ୍କ ଅଶ୍ଳୀଳ ମାମଲା ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । ରାଜଙ୍କର ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ୟୁଜର ଲେଖିଛନ୍ତି, ତୁମେ ଏପରି କାମ କରୁଛ ହିଁ କାହିଁକି, ଯଦ୍ବାରା ମୁହଁ ଲୁଚାଇବାକୁ ପଡୁଛି। ସେହି ସମୟରେ, ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଇଏ ତ ଚେହେରା ଦେଖାଇବା ଯୋଗ୍ୟ ନୁହେଁ । ଅନ୍ୟ ଜଣେ ୟୁଜର ମନ୍ତବ୍ୟ ଦେଇ କହିଛନ୍ତି,ଏମିତି କାମ କରିବ ତ, ଚେହେରାକୁ ଲୁଚାଇବାକୁ ହିଁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.