ETV Bharat / sitara

100ରୁ ଊର୍ଦ୍ଧ୍ବ ଅଶ୍ଳୀଳ ଫିଲ୍ମ ସୁଟିଂ କରିଛି ରାଜଙ୍କ କମ୍ପାନୀ - ରାଜ କୁନ୍ଦ୍ରା ଗିରଫଦାରୀ

କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ଭିଏନା ଅଫିସରେ ଚଢାଉ କରିଥିଲା । ଚଢାଉ ବେଳେ କମ୍ପାନୀର କିଛି ଡାଟା ଡିଲିଟ୍ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲେ । ଏହାସହ ଗତ 1 ବର୍ଷ ମଧ୍ୟରେ ରାଜ କୁନ୍ଦ୍ରାଙ୍କ କମ୍ପାନୀ 100ରୁ ଊର୍ଦ୍ଧ୍ବ ଅଶ୍ଳୀଳ ଫିଲ୍ମ ସୁଟିଂ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

100ରୁ ଉର୍ଦ୍ଧ୍ବ ଅଶ୍ଳୀଳ ଫିଲ୍ମ ସୁଟିଂ କରିଛି ରାଜଙ୍କ କମ୍ପାନୀ

author img

By

Published : Jul 23, 2021, 10:53 AM IST

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଏବେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି । ଦିନକୁ ଦିନ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସୁଛି । ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କ ସହ ଜଡିତ ବହୁ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଆଉ ଏକ ବଡ ଖୁଲାସା ହୋଇଛି ।

ସୁତ୍ରରୁ ପ୍ରକାଶ ଯେ, କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ଭିଏନା ଅଫିସରେ ଚଢାଉ କରିଥିଲା । ଚଢାଉ ବେଳେ କମ୍ପାନୀର କିଛି ଡାଟା ଡିଲିଟ୍ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲେ । ଏହାସହ ଗତ 1 ବର୍ଷ ମଧ୍ୟରେ ରାଜ କୁନ୍ଦ୍ରାଙ୍କ କମ୍ପାନୀ 100ରୁ ଊର୍ଦ୍ଧ୍ବ ଅଶ୍ଳୀଳ ଫିଲ୍ମ ସୁଟିଂ କରିଥିବା ଜଣାପଡିଛି ।

ପ୍ରକାଶ ଥାଉକି, ପର୍ଣ୍ଣୋଗ୍ରାଫିକ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ରାଜ କୁନ୍ଦ୍ରାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଫେବ୍ରୁଆରୀରେ ତାଙ୍କ ନାଁରେ ମାମଲା ରୁଜୁ ହେବା ପରେ ରାଜ ହିଁ ମାମଲାର ମୁଖ୍ୟ ସୂତ୍ର ବୋଲି ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଛି । ଏପରିକି ରାଜଙ୍କ ହାତରେ ପୋଲିସ ହାତରେ ପ୍ରମାଣ ଲାଗିଥିବା କହିଛନ୍ତି ମୁମ୍ବାଇ ପୋଲିସ କମିଶନର ହେମନ୍ତ ନାଗରେଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.