ମୁମ୍ବାଇ: ମନ୍ଦିରା ବେଦୀଙ୍କ ପାଇଁ ବୁଧବାର ଦିନ କୌଣସି ଦୁଃସ୍ବପ୍ନଠୁ କମ ନୁହେଁ । ସବୁଦିନ ପାଇଁ ନିଜ ସ୍ବାମୀଙ୍କୁ ହରାଇଛନ୍ତି ସେ । ବୁଧବାର ସକାଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମନ୍ଦିରାଙ୍କ ସ୍ବାମୀ ।


ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ କୌଶଲଙ୍କ ସରିଛି ଅନ୍ତିମ ସଂସ୍କାର । ରାଜ କୌଶଲଙ୍କ ଅନ୍ତିମ ସଂସ୍କାରରେ ଶେଷ ବିଦାୟ ଦେବାକୁ ପହଞ୍ଚିଥିଲେ ଅନେକ ଅନେକ ସେଲିବ୍ରିଟି ।
ରାଜଙ୍କୁ ଅନ୍ତିମ ସଂସ୍କାରର ଭିଡିଓ ସାମ୍ନାକୁ ଆସିଛି, ଯେଉଁଠି ମନ୍ଦିରା ବେଦୀ ସ୍ବାମୀଙ୍କ କୋକେଇ ଉଠାଉଥିବା ନଜର ଆସିଛନ୍ତି । ଏହି ସମୟରେ ମନ୍ଦିରା ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି ।
ସ୍ବାମୀଙ୍କୁ କାନ୍ଧ ଦେଉଥିବା ସମୟରେ ନିଜ କୋହ ସମ୍ଭାଳିପାରୁନଥିଲେ ମନ୍ଦିରା । ରାଜଙ୍କ ଅକାଳ ବିୟୋଗ ମନ୍ଦିରାଙ୍କୁ କେବେ ଭୁଲି ନପାରିଲା ଭଳି ଦୁଃଖ ଦେଇଯାଇଛି । ଏଥିରୁ ବାହାରିବା ଅଭିନେତ୍ରୀଙ୍କ ପାଇଁ କୌଣସି ଚ୍ୟାଲେଞ୍ଜଠୁ କମ ନୁହେଁ ।
ରାଜ କୌଶଲ ଜଣେ ଜଣାଶୁଣା ଫିଲ୍ମ ପ୍ରଯୋଜକ ଥିଲେ । ମାତ୍ର 49 ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ମନ୍ଦିରା ଓ ରାଜଙ୍କ ମଧ୍ୟରେ ରହିଥିଲା ଅହେତୁକ ପ୍ରେମ ଓ ଭଲପାଇବା ।