ମୁମ୍ବାଇ: ଗୁରୁବାର ପୁରା ଦେଶ ଧୁମଧାମରେ ପାଳନ କରିଛି ରାକ୍ଷୀ ପୂର୍ଣ୍ଣିମା । ନିଜ ନିଜ ଭଉଣୀଙ୍କ ଠାରୁ ହାତରେ ରାକ୍ଷୀ ବାନ୍ଧି ପୁରା ଜୀବନ ସୁରକ୍ଷା ଦେବାର ବଚନ ଦେଉଥିବାର ନଜର ଆସିଛନ୍ତି ଦେଶର ଭାଇ । ଇତିମଧ୍ୟରେ ଏମିତି ଜଣେ ଷ୍ଟାରଙ୍କ ପୁଅ ଅଛନ୍ତି ଯିଏ ପିତା ହାତରେ ରାକ୍ଷୀ ବାନ୍ଧି ଜୀବନ ସାରା ଦାୟିତ୍ବ ନେବାର ବଚନ ଦେଇଛନ୍ତି ।
ଆଜ୍ଞା ହଁ, ସେହି ଷ୍ଟାର ଆଉ କେହି ନୁହଁନ୍ତି ସେ ହେଲେ ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଆର ମାଧବନଙ୍କ ପୁଅ ବେଦାନ୍ତ । ସୋସିଆ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ମାଧବନ ପୁଅ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ମୋ ପୁଅ ଠାରୁ ମତେ ରାକ୍ଷୀ ବାନ୍ଧିବାକୁ ପଡୁଛି । କାରଣ ମୋ ଭଉଣୀ ବିଦେଶରେ ରହୁଛନ୍ତି । ଆଉ ସେ ରାକ୍ଷୀ ବେଦାନ୍ତକୁ ହିଁ ପଠାଇଛନ୍ତି ।’ ପୁତା-ପୁତ୍ରଙ୍କ ଏହି ଫଟୋଟି ଦର୍ଶକଙ୍କ ଖୁବ୍ ମନ କିଣିବା ସହ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ପ୍ରକାଶ ଥାଉକି ମାଧବନଙ୍କ ବ୍ୟତୀତ ମେଗା ଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ପୁଅ ଅଭିଷେକ ଓ ଝିଅ ଶ୍ବେତାଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ଭାଇ ଭଉଣୀଙ୍କ ଏହି ସମ୍ପର୍କ ବେଶ ନିବିଡ ହୋଇଥାଏ । ଯାହାକୁ ରାକ୍ଷୀ ଉତ୍ସବ ଏବଂ ପ୍ରେମ ସମ୍ପୂର୍ଣ୍ଣ କରିଥାଏ ।’
ଅନ୍ୟପଟେ ସାରା ଅଲ୍ଲୀ ଖାନ, କାଜୋଲ, ଅଜୟ ଦେବଗନ, ଅର୍ପିତା ଖାନ ଭଳି ସେଲିବ୍ରିଟି ମଧ୍ୟ ନିଜ ନିଜ ଭାଇ ଏବଂ ଭଉଣୀ ସହ ଫଟୋ ସେୟାର କରି ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଫ୍ୟାନ୍ସଙ୍କୁ ଦେଇଛନ୍ତି ।