ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଓ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆଦିପୁରୁଷ’ ଗତ ବର୍ଷରୁ ଚର୍ଚ୍ଚାରେ ରହିଆସୁଛି । ନିର୍ଦ୍ଦେଶକ ଓମ୍ ରାଉତଙ୍କ ଏହି ଫିଲ୍ମ ବିଷୟରେ ଜାଣିବାକୁ ଚାହିଁ ବସିଛନ୍ତି ଦର୍ଶକ । ଇତିମଧ୍ୟରେ ଫିଲ୍ମରେ ସାମିଲ ହୋଇଛନ୍ତି ଆଉ ଜଣେ ଅଭିନେତା । ଯାହାକୁ ନେଇ ଚର୍ଚ୍ଚା ।
ଆଜ୍ଞା ହଁ, କମେଡି ଡ୍ରାମା ଫିଲ୍ମ ‘ପ୍ୟାର କା ପଞ୍ଚନାମା 2’ ଫେମ ସନ୍ନି ସିଂଙ୍କ ଏଣ୍ଟ୍ରି ‘ଆଦିପୁରୁଷ’ରେ ହୋଇଛି । ଆଉ ଫିଲ୍ମରେ ସେ ଭଗବାନ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିବେ । ସେହିପରି ପ୍ରଭାସ ରାମଙ୍କ ଅବତାରରେ ଅଭିନୟ କରୁଥିବା ବେଳେ ସୈଫ ରାବଣ ଭୂମିକାରେ ନଜର ଆସିବେ । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ ।
- " class="align-text-top noRightClick twitterSection" data="
">
ସୁଟିଂ ଆରମ୍ଭ କରିଥିବା ସନ୍ନିଙ୍କୁ ହୃଦୟରୁ ସ୍ବାଗତ ଜଣାଇଛନ୍ତି ନିର୍ଦ୍ଦେଶକ । ଏକ ଚିଠିରେ ତାଙ୍କ ପାଇଁ ଓମ୍ ଲେଖିଛନ୍ତି, ‘ପ୍ରିୟର ସନ୍ନି ଧନ୍ୟବାଦ।’ ଆଜି ଆମର ନୂଆ ଯାତ୍ରାର ନୂଆ ଦିନ । ତୁମ ପାଇଁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ।’
ସେପଟେ ଓମ୍ଙ୍କ ଏହି ଚିଠିର ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ଖୁସି ପ୍ରକାଶ କରିଛନ୍ତି ଅଭିନେତା । ପ୍ରକାଶ ଥାଉକି ଏହି ପିରିୟଡ ଡ୍ରାମା ପ୍ରଥମେ 3ଡିରେ ହିନ୍ଦୀ, ତେଲୁଗୁରେ ରିଲିଜ ହେବ । ଏହାପରେ ତାମିଲ, ମାଲାୟାଲମ୍ ଏବଂ କନ୍ନଡରେ ଡବ ହେବ । ଭଲ ଏବଂ ମନ୍ଦର କାହାଣୀକୁ ନେଇ ଆଧାରିତ ‘ଆଦିପୁରୁଷ’।